ମଦ୍ୟପଙ୍କ ଆଡାସ୍ଥଳି ବ୍ଲକ କାର୍ଯ୍ୟାଳୟ, ବିଡିଓଙ୍କ ଭାଗିଦାରିରେ ଚାଲିଛି କି ମଦଭାଟି ?

କୋକସରା – ବ୍ଲକ କାର୍ଯ୍ୟାଳୟ ସାଧାରଣ ଜନତାଙ୍କ ସମସ୍ୟାର ସାମାଧାନ ପାଇଁ ଖୋଲିଥିବା ବେଳେ ବିଡିଓ ତାଙ୍କର ସହକର୍ମିଙ୍କୁ ନେଇ ଏଠାରେ କରୁଛନ୍ତି କଣ ? ରାଜନୈତିକ ଚେଲା ଚାମଣ୍ଡାଙ୍କୁ ନେଇ ମଦ ମାଂସର ଆସର ଜମାଉଥିବା କିଛି ଅଫିସରଙ୍କ ପଛରେ ବିଡିଓଙ୍କ ପ୍ରଚ୍ଛନ୍ନ ସହଯୋଗ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Advertisement


କୋକସରା ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ପିଇଓ କ୍ୱାଟର ପରିସରର ପଛପଟେ କୁଢକୁଢ ମଦ ବେତଲ ଗଡୁଥିବା ଦେଖିବାକୁ ମଳିଛି । ଗୋଟିଏ କିମ୍ବ ଦୁଇଟି ନୁହେଁ ଶହ ଶହ ସଂଖ୍ୟାରେ ମଦ ବୋତଲ ଫିଙ୍ଗା ଯାଇଛି । ଫଳରେ ବ୍ଲକ କାର୍ଯ୍ୟାଳୟକୁ ଦୈନିକ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି । ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ପିଇଓ କ୍ୱାଟର ପରିସରରେ କୁଢକୁଢ ମଦ ବେତଲ କିପିରି ଆସିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ଲକ ପରିସରର ସାମନ୍ୟ ପଛକୁ ଗଲେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି ।

ଅନେକ ଦିନ ହେଲା ମଦ ବତୋଲ ଗୁଡିକ ପିଇଓ କ୍ୱାଟର ପଛପଟେ ପଡି ରହିଥିବାବେଳେ ସଫେଇ ପ୍ରତି କାହାର ନଜର ପଡୁନାହିଁ । କେବଳ ପିଇଓ କ୍ୱାଟର ପଛପଟ ନୁହେଁ ବ୍ଲକ କାର୍ଯ୍ୟାଳୟର ଅନେକ ସ୍ଥାନରେ ମଧ୍ୟ ଅଳିଆ ଆବର୍ଜନା ପଡି ରହିଥିବା ଦେଖିବାକୁ ମିଳିଛି । ଖୋଦ୍ ବ୍ଲକ କାର୍ଯ୍ୟାଳୟ ପରିସରରେ ଏଭଲି ଅଳିଆ ଆବର୍ଜନା ସହ ମଦ ବେତଲ ଗୁଡିକ ପଡିରହିଥିବା ବେଳେ ବ୍ଲକ ପ୍ରଶାସନର ନଜର ପଡୁ ନ ଥିବା ସବୁଠୁ ଆଶ୍ଚାଯ୍ୟର କଥା । ସ୍ୱଚ୍ଛ ଭାରରର ଡିଣ୍ଡିମ ପିଡୁଥିବା କୋକସରା ବ୍ଲକ ପ୍ରଶାସନ ଖୋଦ୍ ବ୍ଲକ କାର୍ଯ୍ୟାଳୟ ଭିତରେ ପଡି ରହିଥିବା ଅନେକ ଅଳିଆ ଆବର୍ଜନା ଓ ମଦ ବୋତଲ ସଫା କରିବାରେ ଦୃଷ୍ଟି ପଡି ନଥିବା ପରିତାପର ବିଷୟ ପାଲିଟିଛି । ତେବେ କୁଢ କୁଢ ମଦ ବେତାଲ ପିଇଓ କ୍ୱାଟର ପଛପଟେ ଏଣେ ତେଣେ ପଡି ରହିଥିବା ବେଳେ ବ୍ଲକ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପଲିଟିଛି ।

ଏହାକୁ ନେଇ ସାରା କୋକସରାରେ ଗୋଟିଏ ଚର୍ଚ୍ଚା ଜୋର ଧରିଛି ଯେ ବିଡିଓଙ୍କ ଭାଗିଦାରିରେ ଚାଲିଛି ଭାଟି ଏଠାରେ ନେତାଙ୍କ ଚେଲା ଚାମୁଣ୍ଡାଙ୍କ ପାଇଁ ଏହା ଉପହାରରେ ମିଳୁଛି । ତେବେ ଏନେଇ କୋକସରା ଗୋଷ୍ଠି ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କ ପ୍ରତିକ୍ରିୟା ନେବାପାଇଁ ଫୋନ ଯୋଗେ ଚେଷ୍ଠା କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଯେଉଁଠି ମଦର ଦନ୍ଧ ଏତେ ସେହି ଦୁର୍ନିତିର ଗନ୍ଧ କେଉଁ ମାତ୍ରାରେ ହେଉଥିବ ସହଜରେ ଅନୁମେୟ କରିପାରୁଥିବେ ଆପଣ ମାନେ …! ଆଶା କରୁଛୁ ଖବର ପ୍ରକାଶିତ ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ପିଇଓ କ୍ୱାର ପଛର ମଦ ବୋତଲ ଗୁଡିକ ସଫା କରାଯିବା ପାଇଁ ଦୃଷ୍ଟି ପଡିବ । ଏହା ପଛରେ ଯେଉଁ କର୍ମଚାରୀ ସଂପୃକ୍ତ ତାଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!