ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା, ମଦ ନେଲା ଜିବନ

ବ୍ରଜରାଜନଗର -: ମଦ ପାଇଁ ନୃସଂଶ ପାଲଟିଗଲା ସ୍ୱାମି । ବୀଭତ୍ସ ଭାବରେ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଧୀନ ରାମପୁର କଲୋନିରେ । ମୃତା ମହିଳା ହେଲେ କ୍ୱାର୍ଟର୍ସ ନମ୍ବର ଏମ୍‌କ୍ୟୁ-୧୪ରେ ରୁହୁଥିବା ପଙ୍କଜିନୀ ନାୟକ (୬୧) । ଏହି ଘଟଣାରେ ପୁଲିସ ସ୍ୱାମୀ ରମେଶ ନାୟକ (୬୪)କୁ ଅଟକ ରଖି ପଚରାଉଚରା କରୁଛି ।

Advertisement


ପୁଲିସର ସୂଚନା ଅନୁଯାୟୀ ପଙ୍କଜିନୀ ଏମ୍‌ସିଏଲର ଜଣେ ଅବସରପ୍ରାପ୍ତ କର୍ମଚାରୀ । ସେ ବୁନ୍ଦିଆ କୋଇଲା ଖଣିରେ କାମ କରୁଥିଲେ । ଗତ ବର୍ଷ ସେ ଚାକିରିରୁ ଅବସର ନେଇଛନ୍ତି । ସ୍ୱାମୀ ରମେଶ ନାୟକ ଏକ ଘରୋଇ ସୁରକ୍ଷା କର୍ମୀ ଭାବେ କାମ କରନ୍ତି । ଉଭୟଙ୍କର ୩ ଝିଅ, ଗୋଟିଏ ପୁଅ ଅଛନ୍ତି । ଝିଅମାନେ ବିବାହ କରିସାରିଛନ୍ତି । ପୁଅ ପ୍ରକାଶ ନାୟକ ଅବିବାହିତ । ଗତକାଲି ରାତିରେ ପୁଅ ପ୍ରକାଶ ଘରକୁ ଫେରିବା ପରେ ବାପା ରମେଶ ଏକ ଚେର‌୍ୟାରେ ବସିଥିବା ବେଳେ ମା ତଳେ ଶୋଇଥିଲେ । ପୁଅ ଏ ବିଷୟରେ ବାପାଙ୍କୁ ପଚାରିବାରୁ ସେ ମା’ଙ୍କୁ ରାଗିକି ମାଡ଼ ମାରିଥିଲେ । ଏହାପରେ ସେ ଆଉ ଉଠୁନଥିବା କହିଥିଲେ । ସେତେବେଳେକୁ ମା’ ପଙ୍କଜିନୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ଜାଣିବା ପରେ ପ୍ରକାଶ ତାଙ୍କ ଭିଣୋଇ ବନ୍ଧବାହାଲର ସଦାନନ୍ଦ ଚାନ୍ଦଙ୍କୁ ଖବର ଦେଇଥିଲେ ।

ଭିଣୋଇ ପହଞ୍ଚିବା ପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ । ଖବରପାଇ ବ୍ରଜରାଜନଗର ଥାନା ଅଧିକାରୀ ବୈକୁଣ୍ଠ ସେଠ ଓ ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୁଲିସ କହିବା ଅନୁଯାୟୀ ରମେଶ ସବୁଦିନ ମଦ୍ୟପାନ କରନ୍ତି । ଅବସର ପରେ ସେ ସ୍ତ୍ରୀ ପଙ୍କଜିନୀ ପାଇଥିବା ଟଙ୍କାକୁ ମାଗୁଥିଲେ । ମାତ୍ର ସେ ଟଙ୍କା ଦେବାକୁ ମନା କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ଓ ମାରପିଟ୍ ଲାଗେ । ବୁଧବାର ରାତିରେ ରମେଶ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ । ମଦ ପିଇବାକୁ ଆହୁରି ଟଙ୍କା ମାଗିଥିଲେ । ମାତ୍ର ଟଙ୍କା ଦେବାକୁ ପଙ୍କଜିନୀ ରାଜି ନହେବାରୁ ସେ ଏକ ଠେଙ୍ଗାରେ ତାଙ୍କୁ ନିର୍ଘାତ ପିଟିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

please subscribe our channel

ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଘଟଣାସ୍ଥଳରୁ ଠେଙ୍ଗା ମଧ୍ୟ ଜବତ ହୋଇଛି । ପଙ୍କଜିନୀଙ୍କ ଦେହରେ ଏକାଧିକ ଆଘାତ ଲାଗିଥିବା କ୍ଷତ ଚିହ୍ନ ରହିଥିବା ଦେଖାଯାଇଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!