ସେଦିନ ରାବଣ ବଡ଼ କ୍ରୋଧିତ ହୋଇପଡିଲା । ଅନେକ ତପସ୍ୟା ପରେ ବି ଭଗବାନ ଶିବଙ୍କୁ ସନ୍ତୁଷ୍ଟ ନ କରି ପାରିବାର ଗ୍ଲାନିରେ ନିଜ ମୁଣ୍ଡକୁ କାଟିବାକୁ ଲାଗିଲା । ଗୋଟିଏ ପରେ ଗୋଟିଏ ୯ ମୁଣ୍ଡ କାଟି ଯଜ୍ଞକୁଣ୍ଡରେ ପକାଇଦେଲା । ପରେ ୧୦ମ ମସ୍ତକ କାଟିବା ବେଳେ ଭଗବାନ ଶିବ ପ୍ରକଟ ହୋଇ ଅତୁଳୀତ ବଳର ଅଧିକାରୀ ହେବାକୁ ରାବଣଙ୍କୁ ଆଶିଷ ଦେଲେ । ଖୁସି ମନରେ ରାବଣ ଶିବଲିଙ୍ଗ ଧାରଣ କରି ଲଙ୍କା ଫେରୁଥାନ୍ତି । ଶିବଙ୍କ ଆଦେଶ ଥାଏ ଏ ଲିଙ୍ଗ ଭୁଇଁରେ ଥୋଇବ ନାହିଁ ।
କିନ୍ତୁ ରାବଣଙ୍କୁ ବାଟରେ ଲଘୁସଙ୍କା ଗ୍ରାସ କରେ । ସେ ପଥରେ ଯାଉଥିବା ଗୋପାଳ ବାଳକକୁ ଲିଙ୍ଗ ଧାରଣ କରିବାକୁ କହି ଚାଲିଯାଆନ୍ତି । କିନ୍ତୁ ଗୋପାଳ ରୂପରେ ଭଗବାନ ଗଣେଶ ଲୀଳା କରୁଥାନ୍ତି । ଧୂର୍ତ୍ତ ରାବଣ ହାତରୁ ପବିତ୍ର ଶିବଲିଙ୍ଗ ଆଣି ଭୂମିରେ ଥୋଇ ଅନ୍ତର୍ଦ୍ଧାନ ହୁଅନ୍ତି । ରାବଣ ଯେତେ ଚୋଷ୍ଟା କଲେ ମଧ୍ୟ ଶିବ ଲିଙ୍ଗଙ୍କୁ ସାଥୀରେ ଲଙ୍କା ନେଇଯାଇପାରେ ନାହିଁ ।
ଭଗବାନ ସେହିଠାରେ ଜ୍ୟୋତି ସ୍ୱରୂପରେ ବିଦ୍ୟମାନ ହେଲେ ।
ଦେବତାମାନେ ନାଁ ଦେଲେ ଏ ହେଉଛନ୍ତି ବାବା ବୈଦ୍ୟନାଥ ।