ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା -: ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ଜଗତର ପିତାମହ ଭୀଷ୍ମ, ବରିଷ୍ଠ ସାମ୍ବାଦିକ, ସମାଜସେବୀ ଅଜୟ କୁମାର ଜେନା ଙ୍କ ର 67ବର୍ଷ ବୟସରେ ବିୟୋଗ ହୋଇଛି ।

Advertisement

ଏଥିନେଇ ଜଗତସିଂହପୁର ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ ଶୋକ ର ଛାୟା ଖେଳିଯାଇଛି । ସ୍ବର୍ଗତ ଜେନା ଦୀର୍ଘ ତିରିଶି ବର୍ଷ ଧରି ଦୈନିକ ସମାଜ ସମ୍ବଡ଼ପତ୍ରରେ ଜଗତସିଂହପୁର ଜ଼ିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟକରି ଅନେକ ସ୍ଥାନରେ ସୁପ୍ରଶଂସିତ ହୋଇ ସୁନାମ ଅର୍ଜନ କରିଥିଲେ । ତାଙ୍କର ବଳିଷ୍ଠ ଉଦ୍ୟମରେ ଜ଼ିଲ୍ଲା ପ୍ରେସ ଫୋରମ, ଜ଼ିଲ୍ଲା ସାମ୍ବାଦିକ ମହା ସଙ୍ଘ, ବରିଷ୍ଟ ସାମ୍ବାଦିକ ସଙ୍ଘ ଗଠନ କରାଯାଇଥିଲା । ଅନେକ ସମୟରେ ସାମ୍ବାଦିକ ମାନଙ୍କ ମଧ୍ୟ୍ୟରେ ଏକତା ବଜାୟ ରଖିବାରେ ସ୍ବର୍ଗତ ଜେନାଙ୍କ ଉଦ୍ୟମ ଅବିସ୍ମରଣୀୟ ।

ସ୍ବର୍ଗତ ଜେନା ଦୀର୍ଘ ଦିନ ହେବ ମଧୁମୟ ରୋଗରେ ପୀଡିତ ଥିଲେ । ଗତ ଶନିବାର ରାତିରେ ଛାତି ରେ ହଠାତ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ମୃତ୍ୟ ଘୋଷଣା କରିଥିଲେ । ଆଜି ପୂର୍ବାହ୍ନ ରେ ରଘୁନାଥପୁର ବ୍ଲକ ବରଗୋଳ ସ୍ଥିତ ବାସ ଭବନରେ ମର ଶରୀର କୁ ଶତାଧିକ ଆତ୍ମୀୟ ସ୍ୱଜନ, କାର୍ଯ୍ୟରତ ଗଣ ମାଧ୍ୟମ ପ୍ରତିନିଧି , ସମାଜସେବୀ, ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ଶୋଭାଯାତ୍ରା ରେ ଗ୍ରାମ ମସାଣି ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!