ଏମିତି କିଛି ଭୁଲ କରୁଛନ୍ତି କି ? ଖରାଦିନେ ବଢ଼ିପାରେ ଆପଣଙ୍କ ଓଜନ

ଖରାଦିନେ ଏମିତି ଅନେକ ଭୁଲ୍ ଯୋଗୁଁ ଓଜନ ବଢ଼ିଥାଏ । ଗରମ ଦିନେ ଲୋକେ ବାହାରକୁ ବୁଲିଯିବା ପାଇଁ ଅଧିକ ଇଚ୍ଛା କରନ୍ତି ଓ ଜଙ୍କ୍ ଫୁଡ୍ ଖାଆନ୍ତି । ଏମିତି ଅନେକ ଜିନିଷ ରହିଛି ଯାହା ଖରାଦିନରେ ଓଜନ ବଢ଼ିବାର କାରଣ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, ତଳେ ଦିଆଯାଇଥିବା ଏହି ସବୁ ଏଡ଼ାଇ ଚାଲନ୍ତୁ ।

Advertisement

-କମ୍ ସମୟ ଶୋଇବା, ନୀଦ ପୂରା ନ ହେଲେ ମେଟାବୋଲିଜମ୍ ଖରାପ ହୋଇଥାଏ । ଭୋକ ଅଧିକ ଲାଗିଥାଏ, ଏହା ଯୋଗୁଁ ଓଜନ ବଢିଥାଏ ।

-ଅଧିକ କୋଲ୍‌ଡ୍ ଡ୍ରିଙ୍କ୍‌ସ ପିଇବା, ଏଥିରେ ବହୁତ ମାତ୍ରାରେ କ୍ୟାଲୋରି ଓ ଫ୍ରୁକ୍ଟୋଜ୍ ନାମକ ଚିନି ରହିଥାଏ, ଯେଉଁଥିପାଇଁ ଓଜନ ବଢିଥାଏ ।

-ଆଉଟିଂ ସମୟରେ ଫାଷ୍ଟ୍‌ଫୁଡ୍ ଖାଇବା: ପିଜ୍ଜା, ବର୍ଗର, ନୁଡଲ୍‌ସ୍ ଭଳି ଫାଷ୍ଟ୍‌ଫୁଡ୍‌ରେ ଥିବା ଫ୍ୟାଟ୍ ଓ କ୍ୟାଲୋରିରୁ ଓଜନ ବଢ଼ିଥାଏ ।

-ଆଇସ୍‌କ୍ରିମ, ଫ୍ରୋଜନ୍ ଖାଦ୍ୟ ଅଧିକ ଖାଇବା, ଏଥିରେ ବହୁତ ପରିମାଣରେ ଚିନି ଓ ଫ୍ୟାଟ୍ ଥାଏ, ଯେଉଁଥିପାଇଁ ଓଜନ ବଢ଼ିଥାଏ ।

-ରାତ୍ରି ଭୋଜନ ବିଳମ୍ବରେ କରିବା, ରାତିରେ ମେଟାବୋଲିଜମ୍ ଧୀର ହୋଇଯାଏ । ଠିକ ଭାବରେ କ୍ୟାଲୋରି ବର୍ଣ୍ଣିଂ ହୋଇପାରି ନ ଥାଏ ଏଥିପାଇଁ ଓଜନ ବଢିଯାଏ ।

-ଅଧିକ ମାତ୍ରାରେ ଜୁସ୍ ଓ ସେକ୍ ପିଇବା, ଏଥିରେ ଚିନି ଓ କ୍ୟାଲୋରି ବହୁତ ଅଧିକ ମାତ୍ରାରେ ଥାଏ, ଯେଉଁଥିପାଇଁ ଓଜନ ବଢିଯାଏ ।

-ଅଧିକ ପାର୍ଟି କରିବା, ବିଳମ୍ବିତ ରାତିଯାଏଁ ପାର୍ଟି, ଜଙ୍କ୍ ଫୁଡ୍ ଓ ଆଲ୍‌କହଲ୍ ଓଜନ ବଢାଇ ଦିଏ ।

-ହୋଟେଲ୍ ଓ ରେସ୍ତୋରାଁରେ ଅଧିକ ଖାଇବା, ଟାଇମ୍ ହେଲ୍‌ଥ ମାଗାଜିନ୍ (ସ୍ୱାସ୍ଥ୍ୟ ସ୍ମରଣିକା) ଅନୁସାରେ ରେସ୍ତୋରାଁ ଖାଦ୍ୟରେ ୧୮ ପ୍ରତିଶତ ଅଧିକ କ୍ୟାଲୋରି ଥାଏ । ଯେଉଁଥିପାଇଁ ଓଜନ ବଢିଥାଏ ।

-ବାହାଘର ବା ପାର୍ଟିର ଫଙ୍କ୍‌ସନ୍‌ସ୍‌ରେ ଅଧିକ ଖାଇଦେବା, ପାର୍ଟି ଓ ଫଙ୍କ୍‌ସନ୍‌ସ୍‌ରେ ଲୋକେ ଅଧିକ ଖାଇ ଦିଅନ୍ତି । ଏହାଦ୍ୱାରା ମଧ୍ୟ ଓଜନ ବଢିଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!