ଜଗତସିଂହପୁର ପୌରପରିଷଦ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଜଗତସିଂହପୁର -: ଜଗତସିଂହପୁର ଜିଲ୍ଲା ସଦର ମହକୁମା ପୌରପରିଷଦ ନିର୍ବାଚନ ପାଇଁ ବୁଥକୁ ଗଲେ ପୋଲିଂ ଦଳ । ସ୍ଥାନୀୟ SVM କଲେଜରେ ଆଜି ସକାଳ 8 ଟାରେ ଷ୍ଟ୍ରଙ୍ଗ ରୁମ ଖୋଲାଯାଇଥିଲା ଏବଂ 2 ଟି ଲେଖାଏ ଇଭିଏମ ମେସିନ ଓ ଅନ୍ୟାନ୍ୟ ନିର୍ବାଚନୀ ସରଞ୍ଜାମ ଧରି ପୋଲିସ ନିରାପତ୍ତା ସହ ପୋଲିଂ ଦଳ ଓ କର୍ମଚାରୀ ପୌରପରିସଦର ସମସ୍ତ 21ଟି ୱାର୍ଡର 33 ଟି ଯାକ ବୁଥକୁ ଯାଇଛନ୍ତି ।

Advertisement

ପୌରପରିସଦର 21 ଟି ୱାର୍ଡରେ 33ଟି ବୁଥରେ ପୋଲିସ ପ୍ରଶାସନ ପକ୍ଷରୁ ପ୍ରତି ବୁଥକୁ ଜଣେ ଲେଖାଏଁ କନେଷ୍ଟବଳ ନିଯୁକ୍ତି କରାଯାଇଛି ଓ 5 ଜଣ ପୋଲିଂ କର୍ମଚାରି ନିୟୋଜିତ କରାଯାଇଛି , ମୋଟ ଉପରେ 165 ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଓ ଶତକଡା 10 ଭାଗ କର୍ମାଚାରୀଙ୍କୁ ରିଜର୍ଭ ରଖାଯାଇଛି ଓ 5 ଟି ସେକ୍ଟରରେ ବିଭକ୍ତ କରାଯାଇ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି ଏବଂ 5 ଟି ମୋବାଇଲ ପୋଲିସ ଫୋର୍ସ ମୃତୟନ କରାଯାଇଛି ଓ ସେମାନେ ଶାନ୍ତିଶୁଙ୍ଖଳା ତଦାରଖ କରିବେ ।

ପୌରପରିଷଦରେ ଥିବା ସମ୍ବେଦନଶୀଳ ବୁଥମାନଙ୍କରେ ସ୍ବତନ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସହ ଏସପି ଅଖିଳେଶ୍ବର ସିଂହ ନିଜେ ସମସ୍ତ ନିର୍ବାଚନ ଶାନ୍ତିଶୁଙ୍ଖଳା ପ୍ରକିୟାକୁ ତଦାରଖ କରୁଛନ୍ତି । ଜିଲାପାଳ ପାରୁଲ ପଟାୱାରୀ ,ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ଚିନ୍ମୟୀ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ ପରିଚାଳନା ହେଉଛି । ଏହି ପୌରପରିଷଦ ନିର୍ବାଚନରେ 21ଟି ୱାର୍ଡରେ ସମୁଦାୟ 69 ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ 4 ଜଣ ଚେୟାରମ୍ୟାନ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନଙ୍କ ଭାଗ୍ୟ ନିର୍ଧାରଣ କରିବେ ପୌରପରିସଦର ସମୁଦାୟ 25 ହଜାର 517 ଜଣ ଭୋଟର । ସେମାନଙ୍କ ମଧ୍ୟରୁ 13 ହଜାର 43 ଜଣ ପୁରୁଷ ଭୋଟର ଥିବା ବେଳେ 12 ହଜାର 474 ଜଣ ମହିଳା ଭୋଟର ଅଛନ୍ତି । ଶାନ୍ତିଶୁଙ୍ଖଳା ସହ ନିର୍ବାଚନ ପତିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *