ପୁରା ସିନେମା ହଲ ବୁକ୍ କଲେ ପାକିସ୍ତାନୀ ଅଭିନେତା, ‘ଗଙ୍ଗୁବାଇ କାଠିଆବାଡ଼ି’ରେ କଣ ଏମିତି ଅଛି …

ମୁମ୍ବାଇ -: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗାଙ୍ଗୁବାଇ କାଠିଆବାଡ଼ି’ ସୁପରହିଟ ସାବ୍ୟସ୍ତ ହୋଇଛି । ପରଦାରେ ମୁମ୍ବାଇର ମାଫିଆ ରାଣୀ ଭୂମିକାରେ ଅଭିନୟ କରି ଆଲିଆ ଅଭିନୟରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି । ଆଲିଆଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହୋଇଛି । ତେବେ ଆଲିଆଙ୍କ ଏହି ଫିଲ୍ମ ଦେଖିବା ପାଇଁ ଜଣେ ପାକିସ୍ତାନୀ ଅଭିନେତା ପୁରା ସିନେମା ହଲ ବୁକ୍ କରିଥିବା ଜଣାପଡ଼ିଛି ।
ପାକିସ୍ତାନୀ ଅଭିନେତା ମୁନିବ ବଟ ତାଙ୍କ ପତ୍ନୀଙ୍କୁ ‘ସରପ୍ରାଇଜ୍‌’ ଦେବାକୁ ଏଭଳି କରିଥିବା ଜଣାପଡ଼ିଛି । କିନ୍ତୁ ତାଙ୍କର ଏହି ବିଶେଷ ‘ସରପ୍ରାଇଜ୍‌’ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ମୁତାବକ, ମୁନିବ ବଟଙ୍କ ପତ୍ନୀ ତଥା ଅଭିନେତ୍ରୀ ଅଇମାନ ଖାନ୍ ଆଲିଆ ଭଟ୍ଟଙ୍କ ଜଣେ ବଡ଼ ପ୍ରଶଂସକ ଏବଂ ପ୍ରେକ୍ଷାଳୟରେ ତାଙ୍କ ଫିଲ୍ମ ଦେଖିବାକୁ ସେ ବହୁତ ଉତ୍ସାହିତ ଥିଲେ । ଏଥିପାଇଁ ପତ୍ନୀଙ୍କୁ ଖୁସି କରିବାକୁ ମୁନିବ ପଭରା ସିନେମା ହଲକୁ ବୁକ୍ କରିଥିବା ଜଣାପଡ଼ିଛି ।

Advertisement

ଉଲ୍ଲେଖଯୋଗ୍ୟ, ଫିଲ୍ମ ‘ରାଜି’ ଓ ‘ଡିୟର ଜିନ୍ଦେଗୀ’ ପରେ ଆଲିଆ ଭଟ୍ଟ ‘ଗଙ୍ଗୁବାଇ କାଠିଆବାଡ଼ି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ଜଣେ ଅଭିନେତ୍ରୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ‘ଗଙ୍ଗୁବାଇ କାଠିଆୱାଡି’ରେ ମାଫିଆ ରାଣୀ ଭୂମିକାରେ ଲୋକମାନେ ଆଲିଆଙ୍କୁ ବହୁତ ପସନ୍ଦ କରିଛନ୍ତି । ସେଥିପାଇଁ ଫିଲ୍ମଟି ପ୍ରଥମ ଦିନରେ ୧୦.୫୦ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୧୩.୩୨କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ସଞ୍ଜୟ ଲୀଲା ବଂସାଲୀଙ୍କ ଫିଲ୍ମ ୨୩.୮୨ କୋଟି ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ ୧୦୦କୋଟି କ୍ଲବରେ ସାମିଲ ହୋଇପାରିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!