ଧଉଳି-କଳିଙ୍ଗ ମହୋତ୍ସବ: ରଣକ୍ଷେତ୍ର ପାଲଟିଲା କଳାମଣ୍ଡପ …

ଭୁବନେଶ୍ୱର -: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଶାନ୍ତିସ୍ତୂପ ପାଦଦେଶରେ ଦୀର୍ଘ ୩ଦିନ ଧରି ଚାଲିଥିବା ୧୮ତମ ଧଉଳି- କଳିଙ୍ଗ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ସାଂସ୍କୃତିକ ଶାସ୍ତ୍ରୀୟ ସଂଧ୍ୟାର ଅନ୍ତିମ ପର୍ଯ୍ୟାୟରେ ମଣିପୁର ହୁଏନ ଲାଲଙ୍ଗ ଥାଙ୍ଗ-ତା ସାଂସ୍କୃତିକ ଅନୁଷ୍ଠାନର ଗୁରୁ ଗୈାର କିଶୋରଙ୍କ ସଂଯୋଜିତ ୮ଜଣ ନୃତ୍ୟଶିଳ୍ପୀ ଶାସ୍ତ୍ରୀୟ ପାରମ୍ପରିକ ସମରକଳା ନୃତ୍ୟରେ ପ୍ରଥମ ପ୍ରସ୍ତୁତିରେ ଥାଙ୍ଗ ଲାଇଟେଙ୍ଗ ହାଇବାରେ ଶିଳ୍ପୀମାନେ ହାତରେ ଖଣ୍ଡା, ବର୍ଚ୍ଛା, ଢାଲ , କୋଦାଳ ଭଳି ଅସ୍ତ୍ର ଶସ୍ତ୍ର ଧାରଣ କରି ସମରକଳା ନୃତ୍ୟରେ ପରିବେଷଣ କରିଥିଲେ ବିଭିନ୍ନ ରଣକୈାଣଳ । ଶାସ୍ତ୍ରୀୟ କଳମଣ୍ଡପ ବେଶ କିଛି ସମୟ ଧରି ପାଲଟି ଯାଇଥିଲା ରଣକ୍ଷେତ୍ର । ଯୁଦ୍ଧକ୍ଷେତ୍ରରେ ଯୋଦ୍ଧା ଶିଳ୍ପୀମାନଙ୍କର ସମରକଳା ପ୍ରଦର୍ଶନ ମନରେ ସିଂହରଣ ଜାଗ୍ରତ କରିଥିଲା । ଦ୍ୱିତୀୟ ପ୍ରସ୍ତୁତିରେ ପାରଂପରିକ ବାଡ଼ି ଖେଳ ଦର୍ଶକମାନଙ୍କୁ ବିମୋହିତ କରିଥିଲା ।

Advertisement

ଏଥିରେ ନୃତ୍ୟ ଶିଳ୍ପୀମାନେ ହାତରେ ୩ ପ୍ରକାରର ବାଡ଼ି ଧରି ଖେଳ ପ୍ରଦର୍ଶନ କରିଥିଲେ । ଖଡ଼ଗଧାରୀଙ୍କ ଠାରୁ ଆତ୍ମରକ୍ଷା ପାଇଁ ସାଥୀ ଶିଳ୍ପୀମାନଙ୍କର ଢାଲରେ ଯୁଦ୍ଧ କୈାଣଳ ଦର୍ଶକଙ୍କୁ ଚକିତ କରିଥିଲା । ଥାବି କାକବାରେ କାକୁଡ଼ି କାଟି କଳା ନୈପୁଣ୍ୟତାର ଦକ୍ଷତା ପ୍ରଦର୍ଶିତ ହୋଇଥିଲା । ଶେଷ ପର୍ଯ୍ୟାୟ ଥାଙ୍ଗ ଅହମ ୟାନ୍ନାବାରେ ଦୁଇଜଣଙ୍କ ସହ ତୃତୀୟ ଜଣକର ଆତ୍ମରକ୍ଷା କୈାଣଳ ଦର୍ଶକମାନଙ୍କ କରତାଳି ସାଉଁଟିଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭୁବନେଶ୍ୱର କଲର୍ସ ଇନଷ୍ଟିଚ୍ୟୁଟର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଗୁରୁ ପ୍ରମୋଦ କୁମାର ସାହୁଙ୍କ ସଂଯୋଜିତ ୧୫ ଜଣ ସମୂହ ସାଥୀଙ୍କ ତବଲା ବାଦନ ଧ୍ୱନିରେ ମଞ୍ଚ ପ୍ରକମ୍ପିତ ହୋଇଥିଲା ।

ଏକତାଳିରେ ତବଲା ବାଦନ ଆରମ୍ଭ ହୋଇ ଦ୍ରୁତ ୩ ତାଳିରେ ଅନ୍ତ ହୋଇଥିଲା । ଏଥିରେ ଉଗଜ,କୁଠାନ,ପେସକାର,କାଏଦା,ଟୁକୁଡ଼ା ଆଦି ତବଲା ବାଦନର ବିଭିନ୍ନ ଶୈଳୀ । ବେହେଲାରେ କେ ଭୁବନେଶ୍ୱରୀ ଏବଂ ବଂଶୀରେ ଗୁରୁ ଶ୍ରୀନିବାସ ସହଯୋଗ କରିଥିଲେ । ଦ୍ୱିତୀୟ ପ୍ରସ୍ତୁତିରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଗୁରୁ ଅରୁଣା ମହାନ୍ତିଙ୍କ ସଂଯୋଜନାରେ ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟରେ ପରିବେଷଣ କରିଥିଲେ ‘‘ଆଶାର କିରଣ ’’ । କରୋନ ମହାମାରୀ ସମୟରେ କଟକ ବଡ଼ ହସ୍ପିଟାଲ ଭଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ବ୍ୟବସ୍ଥାର ମହନୀୟତାରେ ମାନବ ଜୀବନର ସତ୍ତା ନୃତ୍ୟ ଶିଳ୍ପୀମାନଙ୍କର ଓଡ଼ିଶୀ ନୃତ୍ୟ ଭାବ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥିଲା ।

ବିଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦୀଙ୍କୁ ୨୦୨୨ ରୁଚି ବୁଦ୍ଧ ସମ୍ମାନରେ ଆୟୋଜକ ଅନୁଷ୍ଠାନ ଫକ୍ଷରୁ ସମ୍ମାନିତ କରାଯାଇଥିଲା । ଆଜି ସଂଧ୍ୟାର ସମ୍ମାନିତ ଅତିଥଇ ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଜଷ୍ଟିଚ ଏସ ମୂରଲିଧର, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ମୁଖ୍ୟ ଉପଦେଷ୍ଟା ଆର ବାଲ କ୍ରିଷ୍ଣନନ୍ , ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ଦୁର୍ଗା ପ୍ରସାଦ ମହାପାତ୍ର , ବିଭାଗୀୟ ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର, ଡ୍ୟାନ୍ସ ଏକାଡେମୀର ସଭାପତି ସତ୍ୟାନନ୍ଦ ମିଶ୍ର, ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନର ସଚିବ ଇଲିଆନା ସିତାରିଷ୍ଟ । ଶାସ୍ତ୍ରୀୟ ସଂଧ୍ୟା ସଂଚାଳନ କରିଥିଲେ ଡ,ଇଂ ଶ୍ରୀନିବାସ ଘଟୁଆରୀ ଏବଂ ତାରିଣୀ ତନୁଜା ମିଶ୍ର ।

Advertisement

Leave a Reply

Your email address will not be published. Required fields are marked *