ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷ୍ୟା ହେଲେ କଂଗ୍ରେସ ପ୍ରାର୍ଥୀନି ଅର୍ଚ୍ଚନା ସିଂ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -:ଜଗତସିଂହପୁର ପୌରପରିଷଦର 21 ଟି ୱାର୍ଡର 33 ଟି ବୁଥର ଭୋଟ ଗଣତି କାର୍ୟ୍ଯ SVM କଲେଜରେ ଅନୁଷ୍ଠିତ ହୋଇଯାଇଛି । ଏହା ସମୁଦାୟ 10ଟି ଟେବୁଲରେ 7 ରାଉଣ୍ଡ ଭୋଟ ଗଣତି କାର୍ଯ୍ୟ କରାଯାଇଥିଲା ।

Advertisement

ଭୋଟ ଗଣତି ଶେଷ ସୁଦ୍ଧା ସମୁଦାୟ 21 ଟି ୱାର୍ଡରୁ ନଅଟିରେ ବିଜେଡି ,ସାତଟିରେ କଂଗ୍ରେସ , 2 ଟିରେ ବିଜେପି ଓ 3 ଟିରେ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ଜିତିଛନ୍ତି । ଚାରି ଜଣ ଚେୟାରମ୍ୟାନ ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀନି ଅର୍ଚ୍ଚନା ସିଂହ ତାଙ୍କର ନିକଟମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳ ପ୍ରାର୍ଥୀନୀ ରାଜଶ୍ରୀ ମହାପାତ୍ରଙ୍କ ଠାରୁ 220 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଜଗତସିଂହପୁର ପୌର ପରିଷଦର ସମସ୍ତ କଂଗ୍ରେସ ସମର୍ଥକ, ବୁଦ୍ଧିଜୀବୀ ଜନ ସାଧାରଣ ବିଜୟୀ ଚେୟାରମ୍ୟାନ ପ୍ରାଥୀ ଅର୍ଚ୍ଚନା ସିଂଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!