ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ପ୍ରମୋଦ କୁମାର ସ୍ବାଇଁ ସଭାପତି ଓ ନଳିନୀ ରଞ୍ଜନ ମହାପାତ୍ର ସଂପାଦକ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ସାଧାରଣ ନିର୍ବାଚନରେ ପ୍ରମୋଦ କୁମାର ସ୍ବାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରତ ଶତପଥିଙ୍କୁ ୧୬ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ସଂପାଦକ ଭାବେ ନଳିନୀ ରଞ୍ଜନ ମହାପାତ୍ର ତାଙ୍କର ପ୍ରତିଦ୍ବନ୍ଦ୍ବୀ ପ୍ରସନ୍ନ କୁମାର ମହାନ୍ତିଙ୍କୁ ୪୮ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

Advertisement

ଯୁଗ୍ମ ସମ୍ପାଦକ ଭାବେ ଯୁଗପ୍ରଭା ଲେଙ୍କା ତାଙ୍କ ପ୍ରତିଦ୍ବନ୍ଦି ତନ୍ମୟ କୁମାର ମହାନ୍ତିଙ୍କୁ ୩୫ଖଣ୍ଡ ଭୋଟ୍ ରେ ପରାସ୍ତ କରିଛନ୍ତି । ପୂର୍ବରୁ ଉପସଭାପତି ଭାବେ ପ୍ରତାପ କୁମାର ବରାଳ ଓ କୋଷାଧ୍ୟକ୍ଷ ଭାବରେ ଅଲେଖ ଚରଣ ଵାରିକ ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇଥିବା ବେଳେ ପରିଚାଳନା କମିଟି ସଦସ୍ୟା ଭାବରେ କସ୍ତୁରୀ ପ୍ରିୟଦର୍ଶିନୀ ମଲ୍ଲ ମଧ୍ୟ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ହୋଇଥିଲେ । ଅନ୍ୟ ପରିଚାଳନା କମିଟି ସଦସ୍ୟ ଭାବେ ଅନିରୁଦ୍ଧ ସାବତ, ଅଞ୍ଜନ କୁମାର ପଣ୍ଡା, ପର୍ଶୁରାମ ରାଉତ,ଵିନୟ କୁମାର ସ୍ବାଇଁ, ପ୍ରକାଶ ଚନ୍ଦ୍ର ରାୟ ଓ ରୁଦ୍ରନାରାୟଣ ନାୟକ ବିଜୟ ଲାଭ କରିଛନ୍ତି । ମୋଟ ୩୦୫ ବୈଧ ଭୋଟ୍ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବି ଶ୍ରୀକାନ୍ତ ନନ୍ଦ ନିର୍ବାଚନ ପରିଚାଳନା କରିଥିବା ବେଳେ ଆଇନଜୀବି ସୈ।ରୀପ୍ରସାଦ ସ୍ବାଇଁ, ଘନଶ୍ୟାମ ଶତପଥି, ପାର୍ଥସାରଥୀ ଦାସ,ରବିନ୍ଦ୍ର କୁମାର ସ୍ବାଇଁ ,ଯଦୁମଣି ବିଶ୍ବାଳ ଓ ଶେଖ୍ ଖୁର୍ସିଦ୍ ଅଲ୍ଲୀ ତାଙ୍କୁ ସହଯୋଗ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!