ପଦ୍ମପୁର ବାର ଆସୋସିଏସନ ସଭାପତି ହେଲେ ଉମେଶ

Creat A Revolution

ବରଗଡ଼ (ନିରଞ୍ଜନ ତ୍ରିପାଠୀ) -: ବରଗଡ ଜିଲ୍ଲା ପଦ୍ମପୁର ବାର ଏସୋସିଏସନ ବାର୍ଷିକ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଥିଲା ।ସଭାପତି ପଦ ନିମନ୍ତେ ନିର୍ବାଚନ ହୋଇଥିବାବେଳେ ଅନ୍ୟ ପଦବୀ ସକାଶେ ସବୁ ମନୋନୟନ କରାଯାଇଥିଲା ।

ନିର୍ବାଚନରେ ଉମେଶ ଚନ୍ଦ୍ର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ, ଉପ ସଭାପତି ଭାବେ ମାନସ ରଞ୍ଜନ ଭୋଇ, ସମ୍ପାଦକ ଶାନ୍ତନୁ କୁମାର ତ୍ରିପାଠୀ, ସହ ସମ୍ପାଦକ ଚିନ୍ମୟ ପଣ୍ଡା ନିର୍ବାଚିତ ହୋଇଛନ୍ତି ।ଏହା ସହ ବାର୍ ଆସୋସିଏସନର ସାଧାରଣ ପରିଷଦ ସଦସ୍ୟ ନିମନ୍ତେ ୬ ଜଣ ସଭ୍ୟ ନିଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି ।ନିର୍ବାଚନ କୁ ଶ୍ରୀଯୁକ୍ତ ପରମେଶ୍ୱର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାଇତ୍ୱ ତୁଲାଇ ଥିଲେ ।


Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!
Verified by MonsterInsights