ଭାଉଜଙ୍କ ପାଇଁ ନବ ବିବାହିତ ଦମ୍ପତିଙ୍କ ଜିବନ ଗଲା

କେନ୍ଦ୍ରାପଡା -: ସମ୍ପର୍କୀୟ ଭାଉଜଙ୍କ ସହ ନିବିଡ଼ ପ୍ରେମ ସମ୍ପର୍କକୁ ନେଇ ଉଗ୍ର ହୋଇଥିଲା ପାରିବାରିକ କଳହ । କଳହ ଶେଷର ପରିଣତି ଆଣିଦେଲା ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ କଳପଡା ଗ୍ରାମରେ । ଏହି ଗ୍ରାମର ରବୀନ୍ଦ୍ର ବେହେରା ନିକଟସ୍ଥ ଗ୍ରାମର ଅନୂସ୍ୱୟା ବେହେରାଙ୍କୁ ୦୬.୦୬.୨୦୨୧ ମସିହାରେ ବିବାହ କରିଥିଲେ ।

Advertisement


ବେଶ କିଛି ଦିନ ପରିବାର ସହ ଖୁସିରେ ଦିନ କଟିବା ପରେ ଗତ ହୋଲି ଉତ୍ସବ ଦିନ ରବୀନ୍ଦ୍ର ସମ୍ପର୍କୀୟ ଭାଉଜ ଙ୍କ ସହ ହୋଲି ଖେଳିବା କୁ ନେଇ ପରିବାରରେ କଳହ ଉପୁଜିଥିଲା । ଯାହାଦ୍ୱାରା ପ୍ରଥମେ ରବୀନ୍ଦ୍ର ଗତକାଲି ଶନିବାର ମାଧହ୍ନରେ ବିଷ ପିଇ ଦେବା ପରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା ।


ପରେ ଅନୁସ୍ୱୟା ମଧ୍ୟ ବିଷ ପିଇ ଦେଇଥିଲେ । ଗତ କାଲି ଏହି ଦମ୍ପତିଙ୍କ ମୃତ୍ୟୁ ଘଟିଛି । ନବ ବିବାହିତ ଦମ୍ପତି ଏକା ସାଙ୍ଗରେ ବିଷପିଇ ଆତ୍ମହତ୍ୟା କରିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!