ଆଇଆଇସିଙ୍କ ମୃତ୍ୟୁ ପଛରେ କିଏ ? ଆସିଲା ସାଂଘାତିକ ଅଭିଯୋଗ

ଗଞ୍ଚାମ/ଭଞ୍ଜନଗର -: ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ମୃତକଙ୍କ ମାଆ ସାଘାଂତିକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ, ପୁଅ ମୃତ୍ୟୁର କିଛି ସମୟ ପୂର୍ବରୁ ଦୁଇ ଜଣ ପୋଲିସ କର୍ମଚାରୀ ଘରକୁ ଆସିଥିଲେ । ପୁଅ ସହ ସେମାନେ କିଛି କଥା ହେଲେ ।

Advertisement


ଯେତେବେଳେ ବାଥରୁମ୍ ଯାଇଥିଲେ ସେତେବେଳେ ଗୁଳି ଶବ୍ଦ ଶୁଣିବାକୁ ପାଇଥିବା କହିଛନ୍ତି ମୃତ ଦେବଙ୍କ ମାଆ । ବାହାରକୁ ସେ ଆସିଲା ପରେ ଦେଖିଲେ ତାଙ୍କ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି । ତେବେ ଗତ ୪ ମାସ ହେବ ଗାଙ୍ଗପୁର ଥାନାରେ ଯୋଗ ଦେଇଥିଲେ ଦେବ । କିଛି ବର୍ଷ ହେବ ସେ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ । ସେପଟେ ନିଜ ବନ୍ଧୁକର ଗୁଳି ବାଜି ମୃତ୍ୟୁ ହୋଇଥିବା ପୋଲିସ କହିଛି । ଅନ୍ୟପଟେ ଭଞ୍ଜନଗର ଆଇଆଇସି ଏବଂ ଭଞ୍ଜନଗର ଏସଡିପିଓ ଗତକାଲି ଥାନାକୁ ଆସିଥିବା ଚର୍ଚ୍ଚା ହେଉଛି । ଏନେଇ ସେମାନେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏଠି ପ୍ରଶ୍ନ, ମୃତ୍ୟୁ ପୂର୍ବରୁ ଦେବଙ୍କୁ ଭେଟିବାକୁ ଆସିଥିବା ସେ ଦୁଇ ଜଣ କିଏ ? ଆଇଆଇସିଙ୍କ ନିଜ ବନ୍ଧୁକରୁ ଗୁଳି ବାଜିଥିଲେ ସୁଦ୍ଧା କିଏ ଚଳାଇଛି ଗୁଳି ? ତାକୁ ନେଇ ଦ୍ୱନ୍ଦ୍ୱ ବଢୁଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!