ପାଣି ପାଇଁ ହା ହା କାର ! ରାଜ ରାସ୍ତାକୁ ଓହ୍ଲାଇଲେ ସହ ସହ ମହିଳା

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ପଦ୍ମନାଭପୁର ଓ ପ୍ରହରାଜପୁର ଗ୍ରାମରେ, ଶତାଧିକ ମହିଳା ମାନେ ହାତ ରେ ଗରା, ବାଲଟି ଧରି ଅଭିନଵ ଉପାୟରେ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

Advertisement

ପାଣି ପାଇଁ ହା ହା କାର । ଉକ୍ତ ଅଞ୍ଚଳରେ ଖରାଦିନ ହେଉ ହେଉ ପାଣିର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଗକୁ ଖରା ବଢିବା ସହିତ ଲୋକମାନଙ୍କର ପାଣି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଦ୍ମନାଭପୁର ଓ ପ୍ରହାରାଜପୁର ଗ୍ରାମରେ ପନ୍ଦର ଦିନରୁ ଉର୍ଦ୍ଧ ହେବ ଯାନ୍ତ୍ରିକ ତ୍ରୁଟି ଯୋଗୁ ସପ୍ଲାଇ ପାଣି ଜନ ସାଧାରଣ ଙ୍କ ନିକଟରେ ପହଂଚି ପାରୁନାହିଁ ।

ସାମୁଦ୍ରିକ ଲୁଣିପାଣି ପାନ କରି ଗ୍ରାମବାସୀ ଜୀବନ ନିର୍ବାହ କରୁଛନ୍ତି । ସାମୁଦ୍ରିକ ଲୁଣା ପାଣି ପାନୀୟ ରୂପେ ବ୍ୟବହାର କରିବା କଷ୍ଟ ସାଧ୍ୟ୍ୟ ମନେକରୁଛନ୍ତୁ । ଏଥି ପାଇଁ ଅଭିନଵ ଉପାୟରେ ସହ ସହ ମହିଳା ହାତରେ ମାଠିଆ, ବାଲିଟି ଧରି ପ୍ରତିବାଦ କରିଛନ୍ତି । ଖୁବ ଶୀଘ୍ର ଯାନ୍ତ୍ରିକ ତ୍ରୁଟି ସଂଶୋଧନ କରି ଗ୍ରାମବାସୀଙ୍କୁ ମଧୁର ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!