ଆପଣଙ୍କ ଓଜନ ହ୍ରାସ କରନ୍ତୁ ଚୁଟକିରେ, ଘରୋଇ ଖାଦ୍ୟ ପ୍ରସ୍ତୁତିରେ…

ଅଣ୍ଡା ଆମ ଶରୀର ପାଇଁ ଖୁବ୍ ଉପକାରୀ । ଅଣ୍ଡାକୁ ପ୍ରୋଟିନ୍‌ର ରାଜା ବୋଲି ମଧ୍ୟ କୁହାଯାଏ । ମିନେରାଲ୍‌, ଭିଟାମିନ୍ ଓ ପ୍ରୋଟିନ୍‌ରେ ଭରପୂର ଏହି ଅଣ୍ଡାକୁ ଓଜନ ହ୍ରାସ ଡାଏଟ୍‌ରେ ମଧ୍ୟ ସାମିଲ୍ କରିପାରିବେ । ତେବେ ଖାଲି ଅଣ୍ଡା ଖାଇଲେ ଆପଣଙ୍କ ଓଜନ ହ୍ରାସ ହେବ ନାହିଁ, ବରଂ ଏପରି କିଛି ଖାଦ୍ୟ ରହିଛି ଯାହା ସହ ଅଣ୍ଡା ଖାଇବା ଦ୍ୱାରା ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ । ତେବେ ଚାଲନ୍ତୁ ଜାଣିବା ଅଣ୍ଡା ସହ କେଉଁ ସବୁ ଖାଦ୍ୟ ଖାଇଲେ ଓଜନ ନିୟନ୍ତ୍ରଣରେ ରହେ ।

Advertisement

ଅଣ୍ଡା ଓ ପାଳଙ୍ଗ

https://youtu.be/iS36CmwJBsk
subscribe now

ଅଣ୍ଡା ସହ ପାଳଙ୍ଗ ଖାଇଲେ ଖୁବ୍ ଶୀଘ୍ର ଓଜନ ହ୍ରାସ ହେବାରେ ଲାଗିଥାଏ । ୧ କପ୍ ପାଳଙ୍ଗରେ ୭ କ୍ୟାଲୋରି ଓ ଗୁଡ଼ାଏ ନ୍ୟୁଟ୍ରିଏଣ୍ଟ୍‌ସ ରହିଛି । ଅଣ୍ଡା ସହ ପାଳଙ୍ଗକୁ ମିଶାଇ ଖାଇଲେ ଯେଉଁ କ୍ୟାଲୋରି ମିଳିଥାଏ, ତାହା ପ୍ରାୟ ନମିଳିବା ସହ ସମାନ ।

ଅଣ୍ଡା ଏବଂ ନଡ଼ିଆ ତେଲ

ଅନ୍ୟ କୈାଣସି ପ୍ରକାରର ତେଲ କିମ୍ବା ଲହୁଣୀ ଖାଇଲେ ଆମ ଶରୀରରେ କ୍ୟାଲୋରି ଖୁବ୍ ଶୀଘ୍ର ବଢ଼ିଯାଏ । ଏଥିପାଇଁ ଆପଣ ଅଣ୍ଡାକୁ ନଡ଼ିଆ ତେଲରେ ଓମ୍‌ଲେଟ୍ କରିକି ଖାଇଲେ ସେ ସମସ୍ୟାରୁ ମୁକ୍ତି ପାଇବେ । କାହିଁକି ନା, ନଡ଼ିଆ ତେଲ ମେଟାବଲିଜିମ୍‌କୁ ପ୍ରାୟ ୫ ପ୍ରତିଶତ ବଢ଼ାଇକି ଓଜନ କମାଇବାରେ ସହାୟ ହୋଇଥାଏ ।

subscribe now

ଅଣ୍ଡା ଏବଂ ଯଅ

ଯଅ ସହ ଅଣ୍ଡା ମିଶାଇକି ଖାଇଲେ ପେଟ ଚର୍ବିକୁ ସହଜରେ କମ୍ କରାଯାଇପାରିବ । ଅଣ୍ଡା ସହ ଯଅ ଖାଇବା ଦ୍ୱାରା ମଧ୍ୟ ଶରୀରରେ ମେଟାବଲିଜିମ୍ ସୃଷ୍ଟି ହୋଇଥାଏ, ଯାହାକି ଓଜନ ହ୍ରାସ କରିଥାଏ ।

Advertisement

Leave a Reply

Your email address will not be published. Required fields are marked *