ବ୍ଲକ ଅଧ୍ୟକ୍ଷା ସ୍ୱାମିଙ୍କ ସନ୍ଦେହଜନକ ମୃତ୍ୟୁ, ଯୋଜନା ବଦ୍ଧ ହତ୍ୟା ଅଭିଯୋଗ

ଗଞ୍ଜାମ / ଜଗନ୍ନାଥପ୍ରସାଦ -: ହତ୍ୟା ନାଏକ ଦୁର୍ଘଟଣା ଜନିତ ହତ୍ୟା ତାହା ଏବେ ଅସ୍ପଷ୍ଟ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଡଛି ଗଞ୍ଜାମ ଜିଲ୍ଲାରେ । ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ବିଦାୟୀ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ(୩୯)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।

Advertisement

ଖାଦ୍ୟରେ ବିଷଦେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଆଜି ଉତ୍କଳ ଦିବସ ଓ଼ ପୂର୍ବତନ ବିଜେଡି ବ୍ଲକ୍ ସଭାପତିଙ୍କ ଶୁଦ୍ଧିକ୍ରିୟା ଦିବସ ପାଳନ କାର୍ଯ୍ୟକ୍ରମ ଥିଲା । ସ୍ଥାନୀୟ ଆଞ୍ଚଳିକ କଲେଜ ପରିସରରେ ସଭା ଓ ପ୍ରାୟ ତିନି ହଜାର ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯିବାର ଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେବାର ସ୍ଥିର ହୋଇଥିବାରୁ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ହିମାଂଶୁ ନିଜେ ନେଇଥିଲେ । ତେଣୁ ସମସ୍ତ କାର୍ଯ୍ୟ ତଦାରଖ କରି ହିମାଂଶୁ ରୋଷେଇ ଆରମ୍ଭ କରିବା ପାଇଁ ଉପସ୍ଥିତ କିଛି କର୍ମୀଙ୍କୁ କହି ଗଣ୍ଡାଧରଠାରେ ଗୋଟିଏ ଭୋଜିରେ ଯୋଗ ଦେବାପାଇଁ ଚାଲି ଯାଇଥିଲେ ।

ସେଠାରୁ ଭୋଜି ଖାଇସାରି ପ୍ରାୟ ରାତି ୧୧ଟା ବେଳେ ଘରକୁ ଫେରିଥିଲେ । ତେବେ ରାତି ୨ଟାବେଳେ ବ୍ଲକ୍ ଅଧ୍ୟକ୍ଷା ପତ୍ନୀ ଉଠି ହିମାଂଶୁଙ୍କୁ ଶୋଇଥିବା ଅବସ୍ଥାରେ ପାଟିରୁ ଫେଣ ବାହାରୁଥିବା ଓ ତାଙ୍କ ପାଟି ଫିଟୁ ନଥିବା ଦେଖିଥିଲେ । ଏହା ଦେଖିବା ପରେ ତୁରନ୍ତ ସେ ଉପର ଘରେ ଶୋଇଥିବା ଦିଅରଙ୍କୁ ଡାକିଥିଲେ । ସଙ୍ଗେ ସଙ୍ଗେ ତାଙ୍କ ଦୁଇ ଭାଇ ନିଜ ର୍କାରେ ଗୁରୁତର ହିମାଂଶୁଙ୍କୁ ଧରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ରାତି ୩ଟାବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!