ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରିପୁନାଥ ସେଠଙ୍କ ବିୟୋଗରେ ଶୋକ

ପଦ୍ମପୁର -: ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ ଜିଲ୍ଲା ଶାଖା ତରଫରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ରିପୁନlଥ ସେଠଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି l

Advertisement

ଜିଲ୍ଲାର କାର୍ଯ୍ୟକାରୀ ସଭାପତି ତଥା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଇଂରାଜୀ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଓ ସାଧାରଣ ସଂପାଦକ ତଥା ସୋହେଲା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫୁଲ୍ଲ ମିଶ୍ର ଶ୍ରୀଯୁକ୍ତ ସେଠ ଙ୍କ ବିୟୋଗ ରେ ପଶ୍ଚିମ ଓଡିଶା ଜଣେ ଜନପ୍ରିୟ ନେତା,ସମାଜସେବୀ,ମେଲlପୀ ଓ ବନ୍ଧୁବତ୍ସଲ ବ୍ୟକ୍ତି ତଥା ଗରିବ ଜନାଧାରଣଙ୍କ ବନ୍ଧୁଙ୍କୁ ହରାଇଲା ବୋଲି ଅଭିହିତ କରିଅଛନ୍ତି l ସେମାନେ ପ୍ରେସ ବିଜ୍ଞପ୍ତି ମାଧ୍ୟମ ରେ ଶ୍ରୀଯୁକ୍ତ ସେଠ ଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି ଓ ସ୍ବର୍ଗତ ଆତ୍ମା ର ସଦ୍ଗତି ପାଇଁ ଈଶ୍ଵର ଙ୍କନିକଟରେ ପ୍ରାର୍ଥନା କରିଛନ୍ତି l

Advertisement

Leave a Reply

Your email address will not be published. Required fields are marked *

error: Content is protected !!