ଯୌତୁକ ନିଆଁରେ ଗର୍ଭବତୀ ମହିଳା , ଫେରାର ଶାଶୁଘର ଲୋକେ

ବଲାଙ୍ଗିର -: ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ାର ଗାଁରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ମହିଳା ୨୧ ବର୍ଷୀୟ ପୁଷ୍ପାଞ୍ଜଳି ପ୍ରଧାନ । ଆଜି ତାଙ୍କର ସାଦ ଖିଆ ଥିଲା ।

Advertisement

ତାଙ୍କର ଅଚାନକ ମୃତ୍ୟୁ ଘଟିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ମହିଳାଙ୍କ ଶାଶୂ ଘରେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହୁଥିବା ବେଳେ, ତାଙ୍କ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ପୁଷ୍ପାଞ୍ଜଳିଙ୍କ ସ୍ୱାମୀ ବିପିନ ପ୍ରଧାନଙ୍କ ସମେତ ଶାଶୂ ଘରର ଅନ୍ୟ ସଦସ୍ୟ ବି ଫେରାର ଥିବା ଜଣାପଡ଼ିଛି ।

ପୁଷ୍ପାଞ୍ଜଳିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, କି ତାଙ୍କ ଶ୍ୱଶୂର ଘର ଲୋକେ ଯୌତୁକ ପାଇଁ ତାଙ୍କୁ ବର୍ଷେ ହେବ ବାରମ୍ବାର ନିର୍ଯାତନା ଦେଉଥିଲେ । ଗାଡ଼ି ଆଣିବାକୁ ଡିମାଣ୍ଡ କରୁଥିଲେ । ଏପରି ସ୍ଥଳରେ ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!