ବାଲେଶ୍ୱରରେ ହାତୀ ଉପଦ୍ରବ, ଉତ୍ତେଜନା ବୃଦ୍ଧି

ବାଲେଶ୍ୱର -: ଥମୁନି ହାତୀ ଉପଦ୍ରବ କି ମିଳୁନି ଲୋକଙ୍କୁ ଆଶ୍ୱସ୍ତି । ଜନବସତି ମୁହାଁ ହେଉଛନ୍ତି ହାତୀପଲ । ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ବନ ବିଭାଗ ଅଧିନ ଜୁଣିଆ ଗ୍ରାମରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।

Advertisement

ଗାଁରେ ଭୀମସେନ ଦାସଙ୍କ ଘର ଭାଙ୍ଗିବା ସହ କାନ୍ଥ ପଡି ନାବାଳିକା ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଜେଜେମା । ଫଳରେ ବନବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି ।

ନିକଟ ଅତୀତରେ ଜଙ୍ଗଲରେ ଦୁଇଟି ହାତୀର ଗଳିତ ମୃତଦେହ ଠାବ ହୋଇଥିଲା । ପରେ ଗାଁରେ ବାରମ୍ବାର ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!