ଏପ୍ରିଲ ୫ ମଙ୍ଗଳବାର ରାଶିଫଳ, ଆପଣଙ୍କ ଭାଗ୍ୟରେ ଧନପ୍ରାପ୍ତିର ଯୋଗ

ଜ୍ୟୋର୍ତିବିଦ୍‌ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦

ଏପ୍ରିଲ ୫ ତାରିଖ ମଙ୍ଗଳବାର ୨୦୨୨, ମୀନ ୨୨ଦିନ, ଚୈତ୍ର ଶୁକ୍ଳପକ୍ଷ ଚତୁର୍ଥୀ ଦି.ପ. ୩.୪୮ମି, ବୃଷଚନ୍ଦ୍ର ଅହୋରାତ୍ର, କୃତିକା ନକ୍ଷତ୍ର ସଂନ୍ଧ୍ୟା ୫.୩୨ମି. । ଆଜିର ପର୍ବପର୍ବାଣୀ – ମା ତାରାତାରିଣୀଙ୍କ ତୃତୀୟପାଳି ଯାତ୍ରା , ଶ୍ରୀ ମନ୍ଦିରରେ ବାଡି ନୃସିଂହ ବିଜେ, ମଙ୍ଗଳ ଚର୍ତୁଦ୍ଦଶୀ ସ୍ନାନ

Advertisement

ମିଥୁନ, କନ୍ୟା, ତୁଳା, ବିଚ୍ଛା,କୁମ୍ଭ ରାଶିର ବ୍ୟକ୍ତିଗଣ ସତର୍କ ରହିବେ

ମେଷ – ଆଜି ଆପଣ ଦୁଃଶାହସିକ କାମ କରି ପ୍ରଶଂସିତ ହେବେ । ବ୍ୟବସାୟରେ ଅର୍ଥ ଲାଭ ଯୋଗ ରହିଛି । ପାରିବାରିକ ଜୀବନରେ ହସଖୁସି ଲାଗିରହିବ । କର୍ମକ୍ଷେତ୍ରରେ ଖୁସି ଅନୁଭବ କରିବେ । କୈାଣସି ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ ।


ବୃଷ – ଆଜି ଜୀବନରେ ମଉଜମସ୍ତି ପାଇଁ ଭଲ ସୁଯୋଗ ମିଳିବ । ବ୍ୟବସାୟରେ ନୂଆ ଯୋଜନା କରି ସଫଳ ହେବେ । ପ୍ରିୟ ବନ୍ଧୁଙ୍କ ସହଯୋଗ ପାଇବେ । ପାରବାରିକ ଜିବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଯାଇପାରେ । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ମଧ୍ୟମ ଫଳ ପାଇବେ ।


ମିଥୁନ – ପରିବାରରେ ଅନ୍ୟମାନଙ୍କ ସହିତ ମନାନ୍ତର ଓ ମତାନ୍ତର ଯୋଗୁଁ ବିବ୍ରତ ରହିବେ । ଭୁମି ସମ୍ବଧିୟ ଚିନ୍ତାରେ ଚିନ୍ତିତ ହେବେ । ବ୍ୟବସାୟରେ କ୍ଷତି ଯୋଗ ରହିଛ । କୈାଣସି ବନ୍ଧୁଙ୍କ ଠାରୁ ମାନସିକ ଚାପଗ୍ରସ୍ତ ହେବେ । ଆଜି ମା ତାରିଣୀଙ୍କୁ ଦିପଟିଏ ଅର୍ପଣ କରିଦିଅନ୍ତୁ ।

https://youtu.be/x2Y4VETYADc
see this video


କର୍କଟ – ଆଜି ଆପଣଙ୍କ ପାଇଁ କଲ୍ୟାଣକାରୀ ଶୁଭ ଯୋଗ ରହିଛି । ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ହସଖୁସିରେ କଟିବ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ଲକ୍ଷ ପ୍ରାପ୍ତି ପାଇଁ ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ ।


ସିଂହ – ଆଜି କୈାଣସି ସୁତ୍ରରୁ ଧନପ୍ରାପ୍ତି ଯୋଗ ରହିଛି । ନୂତନ ଦ୍ରବ୍ୟ କ୍ରୟ କରିବେ । ହଠାତ ଅର୍ଥାଗମର ସୂଚନା ପାଇବେ ।ପାରିବାରିକ ଜୀବନରେ ଖୁସି ରହିବେ । ବ୍ୟବସାୟରେ ଅର୍ଥଲାଭ ଯୋଗ ରହିଛି । ଗୁପ୍ତ ଶତ୍ରୁ ଉପରେ ବିଜୟୀ ହେବେ । ଦିନଟି ମଙ୍ଗଳମୟ ହେବ ।


କନ୍ୟା – ଆଜି ପେଟ ଜନିତ ରୋଗରେ ପିଡିତ ହେବେ । ପାରିବାରିକ ଜୀବନରେ ଅସୁବିଧା ରହିବ । ସଂଚିତ ଧନ ବ୍ୟୟ ଯୋଗ ରହିଛି । କର୍ମକ୍ଷେତ୍ରରେ ଅସଫଳ ହେବେ । ବ୍ୟବସାୟରେ ସହଯୋଗୀ ଅସହଯୋଗ କରିବେ । ମା ତାରାତାରିଣୀଙ୍କ ପାଖରେ ଘିଅବତୀଟିଏ ଜାଳନ୍ତୁ ।


ତୁଳା – ଆଜି ପରିଶ୍ରମ ତୁଳନାରେ ଆୟ କମ ହେବ । ପାରିବାରିକ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । ସଞ୍ଚିତ ଧନ ବ୍ୟୟ ହେବ । ଆଜି ମା ତାରିଣୀଙ୍କ ପାଖରେ ୫ଟି ବେଲପତ୍ର ସହ ଲାଲ ଚୁଡି ଅର୍ପଣ କରନ୍ତୁ ।

https://youtu.be/ypDXSjh84qk
see this video


ବିଛା – ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଅଯଥାରେ ଧନବ୍ୟୟ ଯୋଗ ହେବ । ପାରିବାରିକ ଜୀବନରେ ସାମାନ୍ୟ କଳହ ଦେଖାଦେବ । ଅପ୍ରିୟ କଥା କହି ମତାନ୍ତର ହେବେ । ବ୍ୟବସାୟରେ ପରିଶ୍ରମ ତୁଳନାରେ ସୁଫଳ ମିଳିବ ନାହିଁ । ଆଜିି ମା ତାରିଣୀ ମଙ୍ଗଳାଙ୍କ ପାଖରେ ପଣା ଅର୍ପଣ କରନ୍ତୁ ।


ଧନୁ – ଆଜି ପରିବାରରେ ଲାଗିରହିଥିବା ସମସ୍ୟାର ସାମାଧାନ ହେବ । ପରିଶ୍ରମର ସୁଫଳ ପାଇବେ । ଜରୁରିକାଳିନ ଯାତ୍ରା ଯୋଗ ରହିଛି । ଅନେକ ଶତ୍ରୁ ରହିଥିଲେ ମଧ୍ୟ ଆପଣଙ୍କର କ୍ଷତି କରିପାରିବେ ନାହିଁ । କର୍ମ କ୍ଷେତ୍ରରେ ଲାଭବାନ ହେବେ । ଦିନଟି ମଙ୍ଗଳମୟ ହେବ ।

ମକର – ଆଜି ଆପଣଙ୍କ ରାଶି ନୂତନ କର୍ମକ୍ଷେତ୍ରରେ ଅର୍ଥ ଓ ଯଶ ପାଇବେ । ବ୍ୟବସାୟରେ ଲାଭ ଯୋଗ ରହିଛି ।ପାରିବାରିକ ଜୀବନ ସୁଖମୟ ହେବ ଦେହ ମନ ସୁସ୍ଥ ରହିବ ବନ୍ଧୁଙ୍କ ଠାରୁ ଖୁସିଖବର ପାଇଁ ଚକିତ ହେବେ । ଦିନଟି ମଙ୍ଗଳମୟ ହେବ ।

କୁମ୍ଭ – ଆଜି ଆପଣଙ୍କ ମନ ଚଞ୍ଚଳ ରହିବ । କର୍ମକ୍ଷେତ୍ରରେ ସୁନାମ ପାଇବେ । ବ୍ୟବସାୟରେ ଲାଭ ଯୋଗ ରହିଛି । ପ୍ରେମିକ ମାନଙ୍କ ପାଇଁ ଦିନଟି ଭଲରେ କଟିବ । ପରିବାର ମଧ୍ୟରେ ସୁଖି ରହିବେ । ବନ୍ଧୁଙ୍କ ସହଯୋଗ ମିଳିବ । ଦିନଟି ମଙ୍ଗଳମୟ ହେବ । ମା ତାରିଣୀଙ୍କ ପାଖରେ ଘିଅଦୀପଟିଏ ଜାଳନ୍ତୁ ।

ମୀନ – ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ । କୈାଣସି ଭୁମି ଅନୁବନ୍ଧ ପାଇଁ ପ୍ରସ୍ତାବ ପାଇବେ । କର୍ମକ୍ଷେତ୍ର ଅବା ବ୍ୟବସାୟରେ ଲାଭବାନ ରହିବେ । ମା ଦୁର୍ଗାଙ୍କ ପାଖରେ ମନ୍ଦାର ମାଳଟିଏ ଦିଅନ୍ତୁ । ଦିନଟି ମଙ୍ଗଳମୟ ହେବ ।

Advertisement

Leave a Reply

Your email address will not be published. Required fields are marked *