କୃଷି କ୍ଷେତ୍ରକୁ କମ୍ପାନୀକରଣ ପ୍ରତିବାଦରେ ଉପଜିଲ୍ଲାପାଳ ଅଫିସରେ ତାଲା ପକାଇ ବିକ୍ଷୋଭ କଲେ ଚାଷୀ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଯାଉଥିବା ଗାଇସିଲେଟ ବ୍ଳକ,ରାଜବୋଡାସମ୍ବର ବ୍ଳକ, ବିଜେପୁର ବ୍ଳକ, ଝାରବନ୍ଧ ବ୍ଲକ ତଥା ପାଇକମାଲ ବ୍ଳକର ଶତାଧିକ ଚାଷୀ ପୂର୍ବ ନିର୍ଦ୍ଧାରିତ ସମୟ ଓ ଦିବସ ଅନୁସାରେ ଏକତ୍ରିତ ହୋଇ ପଦ୍ମପର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ତାଲା ଦେବାସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Advertisement

ସଂଗଠନର ମଙ୍ଗୁଆଳ ଶ୍ରୀମାନ ଅଶୋକ ସାହୁ , ବରଗଡ ଜୟକିଶାନ ଆନ୍ଦୋଳନ ର ପୂର୍ବତନ ସମ୍ପାଦକ ରମେଶ ମହାପାତ୍ର ତଥା ଆଞ୍ଚଳିକ କୃଷକ ସଂଗଠନ ର ନେତା ଲିଙ୍ଗରାଜ ପ୍ରଧାନଙ୍କୁ ଏ ନେଇ ପଚାରିବାରୁ ସେମାନେ କହନ୍ତି ଯେତେଦିନ ଯାଏଁ ଚାଷୀଭାଇ ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ହେବନି ସେତେଦିନ ଯାଏଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ସହ ଆମେ ଏଠାରୁ ହଟିବୁ ନାହିଁ । ସରକାର ତଥା ଜିଲ୍ଲାପ୍ରଶାସନ ଙ୍କ ମିଥ୍ୟା ପ୍ରତିଶୃତି କୁ ଆଉ କେତେଦିନ ଆମେ ବରଦାସ୍ତ କରିବୁ ।

https://youtu.be/x2Y4VETYADc
see this video subscribe now

ଦାବୀ ଗୁଡିକ ହେଲା…

୧-ଗତ ଖରିଫ ଋତୁରେ ବର୍ଷାଭାବ ହେତୁ ସମ୍ପୂର୍ଣ୍ଣ ମରୁଡି ସୃଷ୍ଟି ହୋଇଥିବାବେଳେ ଅଦ୍ୟାବଧି ଜାଣିଶୁଣି ସରକାର ନିରବ ତେଣୁ ମରୁଡି ଘୋଷଣା ସମେତ ମରୁଡି ସହାୟତା ରାଶି ପ୍ରଦାନ

୨-ବୀମା କ୍ଷେତ୍ରରେ ରିଜେକ୍ଟ ରିଭର୍ଟ ନାଟକ ବାଜି ବନ୍ଦ କରି ତୁରନ୍ତ ଚାଷୀଙ୍କୁ ବୀମା ରାଶି ପ୍ରଦାନ

୩-କୃଷି କ୍ଷେତ୍ରରେ ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ

୪-ଜଳକର ଆଧାରରେ ଚାଷୀଙ୍କ ଠାରୁ ବିଲ ନେବା ଆଦି ରହିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!