ଏପ୍ରିଲ ୬ ବୁଧବାର ରାଶିଫଳ, ଆପଣଙ୍କ ଭାଗ୍ୟରେ ଧନପ୍ରାପ୍ତିର ଯୋଗ

ଜ୍ୟୋର୍ତିବିଦ୍‌ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦

Advertisement

ଏପ୍ରିଲ ୬ ତାରିଖ ବୁଧବାର ୨୦୨୨, ମୀନ ୨୩ଦିନ, ଚୈତ୍ର ଶୁକ୍ଳପକ୍ଷ ପଞ୍ଚମୀ ସଂ.୬.୦୭ମି, ବୃଷଚନ୍ଦ୍ର ଅହୋରାତ୍ର, ରୋହିଣୀ ନକ୍ଷତ୍ର ରା.ଘ.୮.୨୦ମି. ଆଜିର ପର୍ବପର୍ବାଣୀ – ଶୁକ୍ଳ ପଞ୍ଚମୀ

ମିଥୁନ, କନ୍ୟା, ତୁଳା, ବିଚ୍ଛା,କୁମ୍ଭ ରାଶିର ବ୍ୟକ୍ତି ଗଣ ସତର୍କ ରହିବେ


ମେଷ – ଆଜି ଆପଣଙ୍କ ମନ ନୂତନ କର୍ମ କ୍ଷେତ୍ରରେ ଅର୍ଥ ଓ ଯଶ ପାଇବେ । ବ୍ୟବସାୟରେ ଲାଭବାନ ହେବେ ପାରିବାରିକ ଜୀବନ ସୁଖମୟ ହେବ । ଦେହ ମନ ସୁସ୍ଥ ରହିବ । ବନ୍ଧୁଙ୍କ ଠାରୁ ଖୁସି ଖବର ପାଇ ଚକିତ ହେବେ । ନୂତନ ଯାନବାହାନ କ୍ରୟ ଯୋଗ ରହିଛି । ଦିନଟି ମଙ୍ଗଳମୟ ହେବ ।


ବୃଷ – ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ । କୈାଣସି ବନ୍ଧୁଙ୍କ ଗୃହକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ହସଖୁସିରେ କଟିବ । ମା ଦୁର୍ଗାଙ୍କ ପାଖରେ ଗୋଟିଏ ପଦ୍ମଫୁଲ ଅର୍ପଣ କରନ୍ତୁ ।


ମିଥୁନ – ଆଜି ଶାରୀରିକ ସମସ୍ୟରେ ଚିନ୍ତିତ ରହିବେ । ପାରିବାରିକ ଜୀବନରେ ଅନେକ ବାଧା ଆସିବ । ସଂଚିତ ଅର୍ଥ ବ୍ୟୟ ହେବ କର୍ମ କ୍ଷେତ୍ରରେ ଅସଫଳ ହେବେ । ବୟବସାୟରେ ସହଯୋଗିମାନେ ଅସହଯୋଗ କରିବେ । ମା ଦୁର୍ଗାଙ୍କ ପାଖରେ ମନ୍ଦାର ମାଳଟିଏ ଅର୍ପଣ କରନ୍ତୁ ।


କର୍କଟ – ଆଜି କୈାଣସି ସୁତ୍ରରୁ ଧନପ୍ରାପ୍ତି ଯୋଗ ରହିଛି । ନୂତନ ଦ୍ରବ୍ୟାଦି କ୍ରୟ ଯୋଗ ରହିଛି । ହଠାତ୍ ଅର୍ଥାଗମର ସୂଚନା ପାଇବେ । ପାରିବାରିକ ଜୀବନରେ ହସଖୁସି ଲାଗିରହିବ । ବ୍ୟବସାୟରେ ଅର୍ଥଲାଭ ଯୋଗ ଅଛି । ଗୁପ୍ତଶତ୍ରୁ ଉପରେ ବିଜୟୀ ହେବେ । ମାଦୁର୍ଗାଙ୍କ ପାଖରେ ଦୀପଟିଏ ସମର୍ପଣ କରନ୍ତୁ । ଦିନଟି ମଙ୍ଗଳମୟ ହେବ ।


ସିଂହ – ଆଜି ଆପନ ଦୁଃସାହସିକ କାମ କରି ପ୍ରସଂଶିତ ହେବେ । ବ୍ୟବସାୟରେ ଧନାଗମର ଯୋଗ ରହିଛି ପାରିବାରିକ ଜୀବନରେ ହସଖୁସି ଲାଗିରହିବ । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଆଶାନୁରୁପକ ସୁଫଳ ପାଇବେ । କୈାଣସି ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ । ଦିନଟି ମଙ୍ଗଳମୟ ହେବ ।


କନ୍ୟା – ଆଜି ପରିବାରରେ ଲାଗିରହିଥିବା ସମସ୍ୟାର ସାମାଧାନ ହେବ । ପରିଶ୍ରମରେ ସୁଫଳ ପାଇବେ । ବିଶେଷ ଯାତ୍ରାକୁ ବାତିଲ କରି ଦିଅନ୍ତୁ । ଅନେକ ଗୁପ୍ତ ଶତ୍ରୁ ଆପଣଙ୍କୁ ମାନସିକ ଆଘାତ ଦେଇପାରନ୍ତି । କର୍ମ କ୍ଷେତ୍ର ବା ବ୍ୟବସାୟରେ ଲାଭବାନ ହେବେନାହିଁ । ଦିନଟି ମଙ୍ଗଳମୟ କରିବାକୁ ମା ଦୁର୍ଗାଙ୍କ ପାଖରେ ଘିଅବତୀଟିଏ ଜଳାନ୍ତୁ ।


ତୁଳା – ଆଜି ପରିବାରରେ ଅନ୍ୟମାନଙ୍କ ସହିତ ମନାନ୍ତର ଓ ମତାନ୍ତର ଯୋଗୁଁ ବିବ୍ରତ ରହିବେ । ଭୁମି ସମ୍ବଦ୍ଧୀୟ ଚିନ୍ତାରେ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ଅଯଥାରେ ଦୋଷୀ ହେବେ । ବ୍ୟବସାୟରେ କ୍ଷତି ଯୋଗ ରହିଛି । ବନ୍ଧୁଙ୍କ ଠାରୁ ମାନସିକ ଚାପଗ୍ରସ୍ତ ହେବେ । ଆଜି ମା ଦୁର୍ଗାଙ୍କ ପାଖରେ ୧୧ଟି ବେଲପତ୍ର ଅର୍ପଣ କରନ୍ତୁ ।


ବିଛା – ଆଜି ପରିଶ୍ରମ ତୁଳନାରେ ଆୟ କମ ହେବ । ପାରିବାରିକ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । କର୍ମ କ୍ଷେତ୍ରରେ ଅପମାନିତ ହେବେ । ପ୍ରିୟ ବନ୍ଧୁ ଆପଣଙ୍କ ମନରେ ଦୁଃଖ ଦେବେ । ସଂଚିତ ଧନ ବ୍ୟୟ ହେବ । ମା ଦୁର୍ଗାଙ୍କ ପାଖରେ ମନ୍ଦାର ମାଳଟିଏ ଅର୍ପଣ କରନ୍ତୁ ।


ଧନୁ – ଆଜି ଆପଣଙ୍କ ରାଶି ପାଇଁ କଲ୍ୟାଣକାରୀ ଶୁଭଯୋଗ ରହିଛି । ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନରେ ହସଖୁସିରେ କଟିବ । ପ୍ରେମ କ୍ଷେତ୍ରରେ ଅସଫଳ ହେବେ । ଲକ୍ଷ୍ୟପ୍ରାପ୍ତି ପାଇଁ ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ । ଦିନଟି ମଙ୍ଗଳ ମୟ ହେବ ।


ମକର – ଆଜି ଆପଣଙ୍କ ମନ ଚଞ୍ଚଳ ରହିବ । କର୍ମ କ୍ଷେତ୍ରରେ ସୁନାମ ପାଇବେ । ବ୍ୟବସାୟରେ ଲାଭଯୋଗ ରହିଛି । ପ୍ରେମିକ ମାନଙ୍କ ପାଇଁ ଦିନଟି ମଙ୍ଗଳମୟ ରହିଛି । ପାରିବାରିକ ଜୀବନରେ ଖୁସି ରହିବେ । ବନ୍ଧୁଙ୍କ ସହଯୋଗ ରହିବ । ଦିନଟି ଭଲରେ କଟିବ । ମା ଦୁର୍ଗାଙ୍କ ପାଖରେ ଘିଅବତୀଟିଏ ଜଳାନ୍ତୁ ।


କୁମ୍ଭ – ଆଜିସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଅଯଥାରେ ଧନ ବ୍ୟୟ ଯୋଗ ରହିଛି । ପାରିବାରିକ ଜୀବନରେ ସାମାନ୍ୟ କଳହ ଦେଖାଦେବ । ଅପ୍ରିୟ କଥା କହି ମତାନ୍ତର ହେବେ । ବ୍ୟବସାୟରେ ପରିଶ୍ରମ ତୁଳନାରେ ସୁଫଳ ମିଳିବ ନାହିଁ । ମା ଦୁର୍ଗାଙ୍କ ପାଖରେ ୫ଟି ବେଲପତ୍ର ଅର୍ପଣ କରନ୍ତୁ ।


ମୀନ – ଆଜି ଲକ୍ଷ୍ୟପ୍ରାପ୍ତି ପାଇଁ ଆଗକୁ ବଢିଚାଲିବେ । କର୍ମକ୍ଷେତ୍ରରେ ଆପଣଙ୍କୁ ସୁଯୋଗ ଅନେକ ଆସିବ ।ବ୍ୟବସାୟରେ ନୂଆ ଯୋଜନା କରି ସଫଳ ହେବେ । ପ୍ରିୟବନ୍ଧୁଙ୍କ ସହଯୋଗ ପାଇବେ । ପାରିବାରିକ ଜୀବନରେ ଶାନ୍ତିରେ ରହିବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମା ଦୁର୍ଗାଙ୍କ ଦର୍ଶନ କରନ୍ତୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!