ରମଜାନ୍ ପାଇଁ କୈାଣସି ଉପବାସ କରିପାରିବେ ନାହିଁ, ଯଦି ଆପଣ କରନ୍ତି…

ଇସ୍‌ଲାମାବାଦ -: ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଜାତୀୟ ବିମାନ ବାହକ (ପିଆଇଏ) ଏହାର କ୍ୟାପଟେନ୍ ଏବଂ ପ୍ରଥମ ଅଧିକାରୀମାନଙ୍କୁ ଚଳିତ ପବିତ୍ର ରମଜାନ ମାସରେ ଉପବାସ ପାଳନ କରିବାକୁ ବାରଣ କରିଛି ।

Advertisement

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ସ (ପିଆଇଏ)ର ଆଦେଶ ଦୁଇ ବର୍ଷ ପୂର୍ବେ କରାଚିରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାର ପୃଷ୍ଠଭୂମିରେ ଆସିଛି ଯେଉଁଥିରେ କ୍ରୁ ସଦସ୍ୟଙ୍କ ସମେତ ପ୍ରାୟ ୧୦୦ ଯାତ୍ରୀଙ୍କ ମୃତ୍ୟୁ ଘଟଥିଲା । ସେହି ବିମାନର ପାଇଲଟ୍ ରମଜାନ ଉପବାସ ରଖିଥିଲେ ଏବଂ ଦୁର୍ଘଟଣାର କାରଣ ପାଇଲଟଙ୍କ ଉପବାସ ହିଁ ଥିଲା ବୋଲି ତଦନ୍ତ ପରେ ଜଣା ପଡ଼ିଥିଲା ।

ପିଆଇଏ ମୁଖପାତ୍ର ଅବଦୁଲ୍ଲା ହାଫିଜଙ୍କ କହିବା ଅନୁସାରେ, ରମଜାନ ମାସ ପାଇଁ କକପିଟ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷା ବୁଲେଟିନ ଜାରି କରାଯାଇଛି । ଡାକ୍ତରୀ କାରଣରୁ ଉପବାସ କରୁଥିବା ବେଳେ କକ୍ ପିଟ୍ କର୍ମଚାରୀଙ୍କୁ କାମ କରିବାକୁ ବାରଣ କରାଯାଇଛି । ଯେଉଁମାନେ ରମଜାନ ଉପବାସ ଛାଡିବାକୁ ଚାହାଁନ୍ତି ନାହିଁ ବା ପ୍ରସ୍ତୁତ ନୁହନ୍ତି ସେମାନେ ଛୁଟି ନେବାକୁ ହକଦାର ବୋଲି ସେ କହିଛନ୍ତି । ଏବଂ ଉପବାସ କାଳରେ ଉପବାସ ରଖିଥିବା ବା କରିଥିବା କୌଣସି କ୍ୟାବିନ୍ କ୍ରୁ ସଦସ୍ୟଙ୍କୁ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଉପବାସର ଗୁରୁତ୍ୱକୁ ଅସ୍ୱୀକାର କରାଯାଇନାହିଁ, ତଥାପି ଉପବାସ କରିବା ସମୟରେ ବିମାନରେ କର୍ତ୍ତବ୍ୟ ସମ୍ପାଦନ କରିବା ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ସେ କହିଛନ୍ତି, ଉପବାସ ସମୟରେ ବିମାନ ଚଳାଚଳ କରିବା କେବଳ ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ ବରଂ ବିମାନରେ ଥିବା ସମସ୍ତଙ୍କ ପାଇଁ ମଧ୍ୟ ବିପଦପୂର୍ଣ୍ଣ ହୋଇପାରେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!