ଇଆଡେ ପୁଡ଼ି ସେଆଡେ ବୁଡ଼ି !

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଗତକାଲି ଠାରୁ ଆନ୍ଦୋଳନରତ ରାଜବୋଡାସମ୍ବର କୃଷକ ସଙ୍ଗଠନ ର ଆହ୍ୱାନ କ୍ରମେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ତାଲାବନ୍ଦ ଘଟଣା ତଥା ଆନ୍ଦୋଳନ କୁ ପ୍ରଶମିତ କରିବା ପାଇଁ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ପ୍ରାକୃତିକ ବିପର୍ଯ୍ୟୟ କମିଶନର ଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି ।

Advertisement

ଜିଲ୍ଲାପାଳ ଙ୍କ ଚିଠି ର ସ୍ପଷ୍ଟ ଚିତ୍ର ରୁ ଜଣାପଡ଼ୁଛି ଯେ, ବରଗଡ଼ ଜିଲ୍ଲା ର ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଛଅ ଟି ଯାକ ବ୍ଳକ ସହିତ ବରପାଲି,ଭଟଲି ଏବଂ ଅମ୍ବାଭୋନା ବ୍ଳକରେ ଗତ ଖରିଫ ୨୦୨୧ରେ ସ୍ୱଳ୍ପବୃଷ୍ଟିପାତ ଅର୍ଥାତ୍ ଚାଷ ଉପଯୋଗୀ ବର୍ଷା ନହେବାଫଳରେ ମରୁଡି ର ଆର୍ତ୍ତନାଦ ରେ ଚାଷୀକୁଳ ଜର୍ଜରିତ । ଓଡ଼ିଶା ପାଣିପାଗ ବିଭାଗ ରିପୋର୍ଟ ପ୍ରଦାନ କରୁଥିବା ସଂସ୍ଥା ର ରିପୋର୍ଟ ମୁତାବକ ଜୁନ ମାସ ରେ ସ୍ୱାଭାବିକ ବର୍ଷା ର ପରିମାଣ ୨୦୫.୬ ମି.ମି ଥିଲାବେଳେ ଉପଖଣ୍ଡ ଅଧିନସ୍ଥ ସମସ୍ତ ବ୍ଳକ ରେ ୧୬୪.୧୬ ମି.ମି ବର୍ଷା ହୋଇଛି । ଜୁଲାଇ ମାସରେ ସ୍ୱାଭାବିକ ଭାବରେ ୩୯୭.୨ ମି.ମି ବର୍ଷା ଥିବାବେଳେ ବର୍ଷା ହୋଇଛି ୨୬୯.୫୩ ମି.ମି । ସେହିପରି ଅଗଷ୍ଟ ମାସର ସ୍ବଭାବିକ ୩୭୪.୪ ମି.ମି ହେବା ପରିବର୍ତ୍ତେ ବର୍ଷା ହୋଇଛି ୧୨୨.୯୮ ମି.ମି ।

ଏଥିରୁ ବେଶ ପ୍ରମାଣିତ ଯେ ଏ ଅଞ୍ଚଳରେ ଗତ ଖରିଫ ୨୦୨୧ ଫସଲ କୁ ମରୁଡି ଗ୍ରାସ କରିଥିଲା । ଆଜିକାର ଦିବସ ରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ଏହି ପ୍ରଶ୍ନ ଉଠାଇଛି ଯେ, ଜିଲ୍ଲାପାଳ ଙ୍କ ଦସ୍ତଖତ ହୋଇଥିବା ରିପୋର୍ଟ ଯଦି ସତ ତେବେ ଏ ପର୍ଯ୍ୟନ୍ତ ମରୁଡି ଘୋଷଣା ରାଜ୍ୟ ସରକାର ଘୋଷଣା କରୁନାହାନ୍ତି କାହିଁକି ? ସେପଟେ ରାଜ୍ୟସରକାର ଙ୍କ ବୈମାତୃକ ମନୋଭାବ ବେଶ ଜଳଜଳ ଭାବେ ଦେଖାଦେଇଛି ।ଯଦି ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ବାତ୍ୟା ହେଲେ ସଙ୍ଗେ ସଙ୍ଗେ କ୍ଷୟ କ୍ଷତି ଆକଳନ କରି ବୁଡି ଅଞ୍ଚଳ କୁ ସହାୟତା ରାଶି ଲୋକଙ୍କୁ ପ୍ରଦାନ କରାଯାଇ ପାରୁଛି ତେବେ ଏପଟେ ଫସଲ ବର୍ଷାଭାବ ରେ ପୁଡ଼ି ଯାଇଥିବା ଫସଲ କୁ ଆକଳନ କରି ଲୋକଙ୍କୁ ସହାୟତା ରାଶି ଦେବାରେ କୁଣ୍ଠାବୋଧ କରୁଛନ୍ତି କାହିଁକି ବୋଲି ରାଜବୋଡାସମ୍ବର କୃଷକ ସଙ୍ଗଠନ ର ଆବାହକ ଶ୍ରୀମାନ ଅଶୋକ ସାହୁ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି

Advertisement

Leave a Reply

Your email address will not be published. Required fields are marked *

error: Content is protected !!