ବନ୍ଦି କରି ଏକ ମାସ ଧରି ନାବାଳିକା ଝିଅକୁ ବଳାତ୍କାର କଲା ବାପା

କଟକ -: ଜୈାନ ପିପାସୁର ରାକ୍ଷସ ପ୍ରବୃତ୍ତି । ନିଜ ଜନ୍ମକଲା ନାବାଳିକା ଝିଅକୁ ବି ଛାଡ଼ିଲାନି ପିଶାଚ ବାପା । ଘରେ ଭିତରେ ଏକ ମାସ କାଳ ଯୌନ ନିର୍ଯାତନା ଦେବା ଭଳି ଚାଞ୍ଚଲ୍ୟକର ଘଟଣା କଟକରେ ଘଟିଛି । ଏ ସଂକ୍ରାନ୍ତରେ ପୀଡ଼ିତା ନାବାଳିକା ନିଜେ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛି । ପୁଲିସ ନାବାଳିକାର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Advertisement

ଏଭଳି ଲଜ୍ଜାଜନକ କାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ବାପାକୁ ପୁଲିସ ଘରୁ ଟେକିନେଇଥିବା ସୂଚନା ମିଳିଛି । ବାଦାମବାଡ଼ି ଥାନା ଶଙ୍କରପୁର ମଙ୍ଗଳାଲେନ ଅଞ୍ଚଳରେ ସ୍ୱାମୀ-ସ୍ତ୍ରୀ ଓ ତାଙ୍କ ଦୁଇ ଝିଅ ରୁହନ୍ତି । ସ୍ୱାମୀ ଜୟଶ୍ରୀ ସିନେମା ହଲ୍ ନିକଟରେ ଫଳ ବ୍ୟବସାୟ କରେ । ଗଲା ଏକମାସ ହେବ ତା ପତ୍ନୀ ଅନ୍ୟ ଜଣେ ଯୁବକ ସହିତ କେଉଁଆଡ଼େ ଫେର୍ରା ହୋଇଯାଇଥିଲେ । ଘରେ ଦୁଇ ଝିଅ ଓ ବାପା ରହୁଥିଲେ ।

ତେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ୧୫ ବର୍ଷୀୟା ନାବାଳିକା ଝିଅକୁ, ବାପା ଗଲା ଏକ ମାସ ହେବ ଦୁଷ୍କର୍ମ କରିଆସୁଥିଲା । ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ନାବାଳିକାଜଣକ ବାଦାମବାଡ଼ି ଥାନାରେ ଫେରାଦ ହୋଇଛନ୍ତି । ପୁଲିସ ଅଭିଯୋଗ ଗ୍ରହଣ କରିଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହିତ ଗ୍ରହଣ କରିଛି । ତୁରନ୍ତ ନାବାଳିକାର ପ୍ରାଥମିକ ଚିକିତ୍ସା ପରେ ବସୁନ୍ଧରାରେ ଭର୍ତ୍ତି କରାଯାଇଛି । ୧୨ ବର୍ଷୀୟ ସାନ ଭଉଣୀକୁ ବି ପୁଲିସ ଉଦ୍ଧାର କରିଛି ।

watch now

ଅନ୍ୟପଟେ ଆସନ୍ତାକାଲି ପୀଡ଼ିତା ନାବାଳିକାଙ୍କୁ ସିଡବ୍ଲୁସିରେ ହାଜର କରାଯିବ । ସେଠାରେ ପୀଡ଼ିତାର ବୟାନ ରେକର୍ଡ କରାଯିବ । ଘର ଭିତରେ ନାବାଳିକା ଝିଅକୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା କଟକ ସହରରେ ଗଲା ୧୦ ବର୍ଷ ଭିତରେ ୬ଟି ଘଟିଲାଣି । ଏଥିରୁ ତିନୋଟି ମାମଲାରେ କୋର୍ଟ ଅଭିଯୁକ୍ତ ବାପାକୁ ଦୋଷୀ ସାବ୍ୟସ୍ତ କରିଥିବା ସୂଚନା ମିଳିଛି ।

୨୦୧୩ରୁ ଏଯାଏ ଲଜ୍ଜା


୨୦୨୧ ମାର୍ଚ୍ଚ ୩୦ ତାରିଖରେ ଲାଲବାଗ ଅଞ୍ଚଳରେ ବାପା ନିଜ ୧୨ ବର୍ଷୀୟା ଦିବ୍ୟାଙ୍ଗ ଝିଅକୁ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲା । ୨୦୧୮ ଡିସେମ୍ବର ୨୫ ତାରିଖରେ ଲାଲବାଗ ଥାନା ଡଗରପଡ଼ା ଅଞ୍ଚଳରେ ନବମ ଶ୍ରେଣୀରେ ପଢ଼ୁଥିବା ନିଜ ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ଅଭିଯୁକ୍ତ ବାପା ସୂର୍ଯ୍ୟମଣି ବେହେରାକୁ ଗିରଫ କରିଥିଲା ।

୨୦୧୮ ଜୁନ ୨ ତାରିଖରେ ଚୌଦ୍ୱାର ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା କଟକ ଡିସିପି ଅଫିସରେ ଅଭିଯୋଗ ହୋଇଥିଲା । ୨୦୧୬ ମେ ୨୦ ତାରିଖରେ ଗୋପାଳ ଦାସ ଓରଫ ଭୋଇକୁ ବାରଙ୍ଗ ଥାନା ପୁଲିସ ଗିରଫ କରିଥିଲା । ୨୦୧୩ ନଭେମ୍ବର ୧୩ ତାରିଖରେ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ସୁରଜ ପ୍ରସାଦକୁ ମହିଳା ଥାନା ପୁଲିସ ଗିରଫ କରିଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!