ଆପଣଙ୍କ ଘରେ ଗାଇ କିମ୍ବା ମଇଁଷି ପାଳିଛନ୍ତି କି କରିଦିଅନ୍ତୁ ଲାଇସେନ୍ସ , ନହେଲେ ଗଣିବେ ଫାଇନ୍‌

ଜୟପୁର -: ସହରାଞ୍ଜଞ୍ଚଳରେ ଗାଈ ଘରେ ରଖିବା ପାଇଁ ରାଜସ୍ଥାନ ସରକାର ନୂତନ ନିୟମ ପ୍ରଣୟନ କରିଛନ୍ତି । ଆଜିଠାରୁ ରାଜ୍ୟରେ ଗୋପାଳନ ନିୟମ ଲାଗୁ ହୋଇଛି । ନିୟମ ଅନୁଯାୟୀ ସମସ୍ତ ଗାଈଙ୍କ କାନରେ ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହି ଟ୍ୟାଗରେ ମାଲିକଙ୍କ ନାମ, ମୋବାଇଲ୍ ନମ୍ବର ରହିବା ଆବଶ୍ୟକ ।

ଯଦି ଗାଈଗୁଡ଼ିକ ରାସ୍ତାରେ ବୁଲୁଥିବାର ଦେଖାଯାଏ, ତେବେ ୧୦ ହଜାର ଟଙ୍କାର ଜରିମାନା ଲାଗୁ ହେବ । ସହରାଞ୍ଚଳରେ ୧୦୦ ବର୍ଗ ମିଟର କ୍ଷେତ୍ର ମଧ୍ୟରେ ଗାଈ ରଖିବା ରାଜସ୍ଥାନ ସରକାର ବାଧ୍ୟତାମୂଳକ କରିଛନ୍ତି । ସରକାରୀ ଅଧିକାରୀ କହିଛନ୍ତି ଯେ ବିନା ଲାଇସେନ୍ସରେ ଗୋଟିଏ ଘରେ ଗୋଟିଏରୁ ଅଧିକ ଗାଈ ଏବଂ ଗୋଟିଏ ବାଛୁରୀ ରଖିବାକୁ ଅନୁମତି ଦିଆଯିବ ନାହିଁ । ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପରିଷଦ ଅଧୀନରେ ସମସ୍ତ କ୍ଷେତ୍ରରେ ଏହି ନୂତନ ନିୟମ କାର୍ଯ୍ୟକାରୀ ହେବ । ନୂତନ ନିୟମ ଅନୁଯାୟୀ ଲାଇସେନ୍ସ ପାଇବାକୁ ଆବେଦନକାରୀଙ୍କୁ ଗୁହାଳ ବାବଦରେ ବିବରଣୀ ପ୍ରଦାନ କରିବାକୁ ପଡିବ ।

Advertisement

ବାର୍ଷିକ ଲାଇସେନ୍ସ ଫି ଭାବରେ ୧,୦୦୦ ଟଙ୍କା ଆଦାୟ କରାଯିବ । ଜନସାଧାରଣଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିବା ଧାର୍ମିକ ଏବଂ ଅନ୍ୟାନ୍ୟ ଅନୁଷ୍ଠାନକୁ ଅଧା ଅର୍ଥ ଦେବାକୁ ପଡିବ । ଗାଈ ଏବଂ ବାଛୁରୀ ତୁଳନାରେ ମଇଁଷିଙ୍କ ସଂଖ୍ୟା ଅଧିକ ହେଲେ ଲାଇସେନ୍ସ ବାତିଲ ହେବ । ସେହିପରି ବିନା ଅନୁମତିରେ ଗୋଖାଦ୍ୟ ବିକ୍ରୟ ସର୍ବସାଧାରଣ ସ୍ଥାନରେ ଅନୁମତି ଦିଆଯିବ ନାହିଁ । ଅନଧିକୃତ ବିକ୍ରୟ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ କରାଯିବ । ସେହିପରି ପ୍ରତି ୧୦ ଦିନରେ ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳ ବାହାରେ ଗୋବର ପକାଇବାକୁ ପଡିବ । ସର୍ବସାଧାରଣ ସ୍ଥାନରେ ଗୋବର ଶୁଖାଯାଇପାରିବ ନାହିଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!