ବଢିଲା ବସ ଭଡା, କିଲୋମିଟର ପିଛା ଯାତ୍ରୀଙ୍କୁ ଦେବାକୁ ପଡିବ ୨ ଟଙ୍କା ୫୩ ପଇସା

ଭୁବନେଶ୍ୱର -: ଡିଜେଲ ଦର ବଢ଼ିବା କାରଣରୁ ରାଜ୍ୟରେ ପୁଣି ଥରେ ଘରୋଇ ବସ୍‌ରେ ଯାତ୍ରୀଭଡ଼ା ବୃଦ୍ଧି ହୋଇଛି । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି । ସେହିପରି ସୁପର ପ୍ରିମିୟମ ବସ୍ ଭଡ଼ା କିଲୋମିଟର ପିଛା ୬ ପଇସା ବଢ଼ି ଥିବା ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି ।

Advertisement

ତେବେ ଘରୋଇ ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି କାରଣରୁ ଲୋକଙ୍କୁ ପୂର୍ବ ତୁଳନାରେ ଅତିରିକ୍ତ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି ଅନୁସାରେ ସାଧାରଣ ବସ୍‌ରେ ଭଡା କିଲୋମିଟର ପିଛା ୯୦ରୁ ୯୨ ପଇସା ହୋଇଛି । ଯାତ୍ରୀମାନଙ୍କୁ ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ୯୪ ପଇସା ବଦଳରେ ୯୬ ପଇସା ଦେବାକୁ ପଡ଼ିବ ।

ଡିଲକ୍ସ ଓ ଏସିି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୪ ପଇସା ବଢ଼ିଛି । ଡିଲକ୍ସ ବସ୍‌ରେ ଭଡା କିମି ପିଛା ୧ଟଙ୍କା ୩୧ ପଇସାରୁ ୧ଟଙ୍କା ୩୫ ପଇସା ହୋଇଛି । ଏସି ଡିଲକ୍ସ ବସ୍ ଭଡା ୧ ଟଙ୍କା ୫୯ ପଇସାରୁ ୧ ଟଙ୍କା ୬୩ ପଇସା ହୋଇଛି । ସୁପର ପ୍ରିମିୟମ ବସ୍‌ରେ ଯାତ୍ରୀମାନଙ୍କୁ ଏଣିକି କିଲୋମିଟର ପିଛା ୬ ପଇସା ଅଧିକ ଦେବାକୁ ହେବ । ସୁପର ପ୍ରିମିୟମ ଭଡା ୨ଟଙ୍କା ୪୭ ପାଇସାରୁ ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!