ବିବାଦରେ ବଲିଉଡ୍ ଷ୍ଟାର ଅଜୟ ଦେବଗନ

ମୁମ୍ବାଇ -: ଏବେ ନିଜ ଫିଲ୍ମ ‘ରନୱେ ୩୪’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ଅଜୟ ଦେବଗନ । ଫିଲ୍ମ ‘ଆରଆରଆର’ର ସଫଳତା ପରେ ଏହି ମାସ ଶେଷରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ରନୱେ ୩୪’ । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଛନ୍ତି ଅଜୟ । ତେବେ ଫିଲ୍ମର ଚରିିତ୍ର ପାଇଁ ଚର୍ଚ୍ଚାରେ ରହିଥିବା ଅଭିନେତା ଏବେ ନିିଜ ପାନ ମସଲା ବିଜ୍ଞାପନ ପାଇଁ ପୁଣି ଥରେ ବିବାଦୀୟ ହୋଇପଡ଼ିଛନ୍ତି ।

Advertisement

ଫିଲ୍ମର ପ୍ରମୋସନ ସମୟରେ ପାନ ମସଲା ବିଜ୍ଞାପନକୁ ନେଇ କରାଯାଉଥିବା ଟ୍ରୋଲ ଉପରେ ତାଙ୍କର ପ୍ରତିକ୍ରିୟା ମଗାଯାଇଥିଲା । ଜବାବରେ ଅଜୟ କହିଥିଲେ ଯେ, ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି । ଯେତେବେଳେ ଆମେ ବିଜ୍ଞାପନ କରୁ, ସେତେବେଳେ ଆମେ ଦେଖୁ ଯେ ଏହା କେତେ କ୍ଷତି କରିପାରେ । ମୋ ହିସାବରେ ବିଜ୍ଞାପନରେ ସମସ୍ୟା ନାହିଁ । ଯଦି ଏହା କ୍ଷତିକାରକ ହୋଇଥାନ୍ତି, ତେବେ ଏତେ ବିକ୍ରି ହୁଅନ୍ତାନି । ଅଜୟଙ୍କ ଏଭଳି ଜବାବ ପାନ ମସଲାକୁ ବିରୋଧ କରୁଥିବା ଲୋକେ ପସନ୍ଦ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମ କଥା କହିବାକୁ ଗଲେ, ଫିଲ୍ମର ନାଁ ପ୍ରଥମେ ‘ମେଡେ’ ଥିଲା ।

ହେଲେ ଲୋକେ ବୁଝିନପାରିବାରୁ ଏହାର ନାଁ ବଦଳାଯାଇ ‘ରନୱେ ୩୪’ କରାଯାଇଛି । ଏକ ସତ ଘଟଣାକୁ ଆଧାର କରି ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଅଜୟ ଦେବଗାନଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ ଏବଂ ବୋମନ ଇରାନୀ ନଜର ଆସିବେ । ଫିଲ୍ମର ଟ୍ରେଲରକୁ ଦର୍ଶକ ପସନ୍ଦ କରୁଥିବା ବେଳେ ରିଲିଜ୍ ପରେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!