କେମିତି ଚାଲିବ ଆମ ଶିକ୍ଷା ବ୍ୟବସ୍ଥା, ଯଦି ପ୍ରଧାନ ଶିକ୍ଷକ ଦୋକାନରେ କରିବେ ଖଟି


କଳାହାଣ୍ଡି(ଜଗୁଲାଲ ମାଝୀ)  -: କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନ ବାଗପଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା ସକାଳେ ସ୍କୁଲ ପହଞ୍ଚି ହାଜରା ଖାତାରେ ଦସ୍ତଖତ ଦେଇ କଲମପୁର ବଜାର ପାନ ଦୋକାନରେ ବସି ଖଟି କରୁଥିବା ଚିତ୍ର ଦେଖିବାକୁ ମିଳିଛି ।

ଏହି ବିଷୟରେ ଅନ୍ୟ ଜଣେ ସହ ଶିକ୍ଷକଙ୍କୁ ପଚାରିବାରୁ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା କଲମପୁର ସେଣ୍ଟର ସ୍କୁଲକୁ ଡେପୁଟେସନ୍‌ରେ ଯାଇଛନ୍ତି ଏବଂ ଆଉ ଜଣେ ଶିକ୍ଷକ ଛୁଟିରେ ଥିବା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବିଇଓ ହରି ଶଙ୍କର ବାଗଙ୍କୁ ପଚାରିବାରୁ ମୁଁ ଜାଣି ନାହିଁ ଏବଂ ଅନୁସନ୍ଧାନ କଲା ପରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ପରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ସହ ଯୋଗାଯୋଗ କରାଯିବାରୁ ମୋ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ ।

Advertisement

ମୁଁ ବଜାରରେ ପଇଡ଼ ପିଉଥିଲି ଏବଂ ମୋ ପୁଅର ସର୍ଟିଫିକେଟ୍ ଆଣିବାକୁ ଯାଉଥିଲି ବୋଲି ପ୍ରକାଶ କରିଛନ୍ତି । ତେବେ ସ୍କୁଲ୍‌ରେ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତି ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ଶିକ୍ଷା ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏଣୁ ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!