ଚାଇନା ଲୋନ୍ ଆପ୍ କବଜାରେ ଓଡିିଶା, ଲୋନ୍ ଆଣି ସର୍ବସ୍ୱ ହରେଇଲେ କଟକର ଜନୈକ ବ୍ୟକ୍ତି


ଭୁବନେଶ୍ୱର -: ବିନା ବନ୍ଧକରେ ଓ ବିନା ରେକର୍ଡପତ୍ରରେ ତୁରନ୍ତ ଋଣ ଯୋଗାଇ ଦେଉଥିବା ଚାଇନା ଲୋନ୍ ଆପ୍ ବିରୋଧରେ ମାମଲା ରୁଜୁ କରିଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) । ଏ ସଂକ୍ରାନ୍ତରେ ଇଓଡବ୍ଲୁ କେସ୍ ନଂ-୯ ଓ ଆଇପିସି ଦଫା-୨୯୪, ୫୦୬, ୫୦୭, ୪୨୦, ୪୬୭ ଓ ୪୬୮ ଏବଂ ଆଇଟି ଆଇନର ଧାରା-୬୬ (ଡି) ଅନୁସାରେ ରାଜ୍ୟର ପ୍ରଥମ ମାମଲା ରୁଜୁ ହୋଇଛି । ନିକଟରେ କଟକର ଜଣେ ବ୍ୟକ୍ତି ଏହି ଆପ୍ ଜରିଆରେ ୫ ହଜାର ଟଙ୍କା ଲୋନ୍ ନେଇ ବଦଳରେ ୧୫ ଲକ୍ଷ ଟଙ୍କା ସୁଝିଥିବା ଅଭିଯୋଗ ହୋଇଥିଲା । ସେହିପରି ଏହାକୁ ନେଇ ଅନେକ ଆତ୍ମହତ୍ୟା ହୋଇଥିବା ମଧ୍ୟ ଖବର ରହିଛି ।

Advertisement

କେମିତି କାମ କରୁଛି ଲୋନ୍ ଆପ୍‌?


ଏହି ଚାଇନିଜ୍ ଲୋନ୍ ଆପ୍ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ସହରରୁ ଅପରେଟ୍ କରାଯାଉଛି । ସୋସିଆଲ୍ ମିଡିଆରେ ଏହି ଆପ୍‌ର ବିଜ୍ଞାପନ ଉପଲବ୍ଧ ହୋଇଥାଏ । ବନ୍ଧକ ଓ କାଗଜପତ୍ର ଆବଶ୍ୟକ ହେଉନଥିବାରୁ ଓ ସହଜରେ ଋଣ ମିଳିଯାଉଥିବାରୁ ତୁରନ୍ତ ଋଣ ଆବଶ୍ୟକ କରୁଥିବା ବ୍ୟବସାୟୀମାନେ ଏହି ଆପ୍‌କୁ ଭରସା କରନ୍ତି । ପୁଣି ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡ଼ିନଥାଏ । କିନ୍ତୁ ଏହି ସମୟ ଅତିକ୍ରାନ୍ତ ହେବା ପରେ ଟଙ୍କା ଆଦାୟ କରିବା ପାଇଁ ଆରମ୍ଭ ହୋଇଯାଏ ମାନସିକ ନିର୍ଯାତନା ।


ଋଣ ନେଉଥିବା ବ୍ୟକ୍ତି ଲୋନ୍ ଆପ୍ ଡାଉନ୍‌ଲୋଡ୍ କରିବା ଭିତରେ ଫୋନ୍ କଣ୍ଟ।।କ୍ଟ ତାଲିକା, ମୋବାଇଲ ହୋମ୍ ସ୍କ୍ରିନ୍‌, ସେଥିରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ଚୋରି କରିନିଏ ସଂସ୍ଥା । ଏହି ତଥ୍ୟ ଚୀନକୁ ଟ୍ରାନ୍ସଫର୍ ହୋଇଯାଏ । ଋଣ ପରିଶୋଧ କରୁ ନ ଥିବା ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ୍ କରିବାକୁ କଣ୍ଟାକ୍ଟ ତାଲିକାରେ ଥିବା ଲୋକଙ୍କ ପାଖକୁ ଫଟୋ, ଭିଡିଓ ପଠାଇ ଦିଅନ୍ତି ।

କେମିତି ବର୍ତ୍ତିବେ


ଏହି ଲୋନ୍ ଆପ୍‌କୁ ବିଶ୍ୱାସ ନ କରିବାକୁ କହିଛନ୍ତି ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ । ନାହିଁ, ଯଦି କେହି କେବେ ବି ଫସିଗଲେ, ଗୋଟିଏ ଟଙ୍କା ନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କାରଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନ୍‌ଲାଇନ୍ ଲୋନ୍ ଆପ୍‌କୁ ବ୍ୟାନ୍ କରିଛି ବୋଲି ସେ କହିଛନ୍ତି । ଲୋନ୍ ଆପ୍ ସଂସ୍ଥାମାନେ ଓକିଲ ଓ ଆଇନଗତ ଭୟ ଦେଖାଇଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଇପାରିବେନାହିଁ । ପୂର୍ବରୁ ଏକାଧିକ ଲୋନ୍ ଆପ୍ ବ୍ୟାନ୍ ହୋଇଥିବା ବେଳେ ଆଉ ୧୩୭ଟିର ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!