ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ଘରେ ରଖିଥିଲା, ବୁଲୁଥିଲା ସ୍ଥାନୀୟ ଅଞ୍ଚଳରେ

ଭୁବନେଶ୍ୱର : ରାଜଧାନୀରେ ଡବଲ ମର୍ଡର ହୋଇଥିବାର ଖବର ମିଳିଛି । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିର ଶିବ ମନ୍ଦିର ନିକଟରେ ଥିବା ଏକ ଘରେ ଦୁଇଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ବିଜୟକେତନ ସେଠୀ ତିନି ଦିନ ତଳୁ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରି ଘରେ ଲୁଚାଇ ରଖିଥିଲା । ଆଜି ସକାଳେ ଘର ଭିତରୁ ପଚା ଗନ୍ଧ ବାହାରିବା ପରେ ପଡ଼ୋଶୀମାନେ ସନ୍ଦେହ କରିଥିଲେ ।

Advertisement

ସେମାନେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ସ୍ତ୍ରୀ ଓ ଶାଳୀଙ୍କ ମୃତଦେହ ଉଦ୍ଧାର କରିଥିଲା । ଏଣେ, ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି । ଘଟଣା ପଛରେ ପାରିବାରିକ କଳହ ଥିବା କୁହାଯାଉଛି । ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଗୁରୁବାର ଦିନ ଅପରାହ୍ନରେ ହତ୍ୟା କରି ସାରା ଅଞ୍ଚଳରେ ଘୁରି ବୁଲୁଥିଲା ବିଜୟ ସେଠୀ ।

ପ୍ରତିଦିନ ମୃତ ଶରୀରର ଅବସ୍ଥା ହେଖିବାକୁ ଆସେ ଓ ମୃତ ଶରୀରର ଦେଖି ପଳାଏ । ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ଫୋନ୍ ଉଠାଉ ନଥିଲା । ଅଭିଯୁକ୍ତ ବିଜୟ କେତନ ସେଠୀ ସହ ନିଶ୍ଚିନ୍ତକୋଇଲି ଅଂଚଳର ଗାୟତ୍ରୀ ସେଠୀକୁ ୨୦୧୧ରେ ବାହା ହୋଇଥିଲା । ଦୁହେଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିଲେ । ଗାୟତ୍ରୀର ସାନ ଭଉଣୀ ସରସ୍ୱତୀ ସେଠି ବି ବହୁତ ସମୟରେ ପାଖରେ ଆସିକି ରହେ । ସରସ୍ୱତୀ ସେଠି ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବେ କାମ କରେ ।

୩ଦିନ ହେବ ଉଭୟଙ୍କର ମୋବାଇଲ ବନ୍ଦ ଥିବାରୁ ପରିବାର ଲୋକ ବିଜୟକେତନ ସେଠୀକୁ ଯୋଗାଯୋଗ କଲେ । ବିଜୟ ଧରା ଛୁଆଁ ନଦେବା ରୁ ସନ୍ଦେହ ହୋଇଥିଲା । ସେମାନେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେବା ପରେ ଆଜି ଭୋରୁ ଅଭିଯୁକ୍ତ ବିଜୟକୁ ଧରିଥିଲା ପୁଲିସ । ଏଣେ ସ୍ତ୍ରୀ ଆଉ ଶାଳୀ ମୋତେ ନିର୍ଯାତନା ଦେଉଥିଲେ । ସେଥିପାଇଁ ଦୁଇଜଣଙ୍କୁ ମାରିଦେଲି ବୋଲି ପୁଲିସ ଆଗରେ କହିଛି ଅଭିଯୁକ୍ତ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!