ବିବାହ ପ୍ରତିଶ୍ରୁତି ଶାରିରୀକ ସଂପର୍କ ପରେ ଧୋକା …


ଥୁଆମୂଳ ରାମପୁର -: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଯୁବକକୁ ପୁଲିସ୍ ଗିରଫ କରିଛି । ଯୁବତୀଙ୍କ ଅଭିଯୋଗ ପରେ ପୁଲିସ୍ ସଂପୃକ୍ତ ଯୁବକକୁ ଏକ ବିବାହ ଭୋଜି ସ୍ଥଳରୁ ଉଠାଇ ନେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲାର ଜଣେ ଯୁବତୀଙ୍କ ସହ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଡୁମେରପଦର ଗ୍ରାମର ରାଜକିଶୋର ନାଏକଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପରେ ବିବାହ ପ୍ରତିଶ୍ରୁତି ଦେଇ ରାଜକିଶୋର ସଂପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ପ୍ରତାରଣ କରି ରାଜକିଶୋର କାଶିପୁର ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ଗତ ୨୨ ତାରିଖ ବିବାହ କରିଥିଲା । ଏନେଇ ଯୁବତୀ ଜଣକ କୌଣସି ସୂତ୍ରରୁ ଖବରପାଇ ଘରକୁ ପହଞ୍ଚିଥିଲେ ହେଁ ରାଜକିଶୋର ଧରାଛୁଆଁ ଦେଇନଥିଲା ।

Advertisement

ପରେ ଫୋନ୍ ମାଧ୍ୟମରେ ସମ୍ପୃକ୍ତ ଯୁବତୀଙ୍କୁ ଧମକ ଦେଇଥିଲା । ଫଳରେ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଥାନାକୁ ନେଇ ଘଟଣା ବିଷୟରେ ପଚରାଉଚୁରା କରିଥିଲା । ଏନେଇ ଏକ ମାମଲା ରୁଜୁକରି ଉଭୟଙ୍କ ଡାକ୍ତରୀ ପରୀକ୍ଷା ଓ ବୟାନ ରେକର୍ଡ କରିବା ପରେ ରବିବାର ରାଜକିଶୋରକୁ ଗିରଫ କରି ପୁଲିସ୍ କୋର୍ଟଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!