ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପକୁ ନେଇ ଅପରାଜିତାକୁ ସମର୍ଥନ ଜଣାଇଲେ ବିଧାୟକ, ଜୋର ଧରିଲା ରାଜନୀତି


ଭୁବନେଶ୍ୱର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା.ମିଳିଛି । ଏଡ଼େ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, କାମକୁ କେହି ବିରୋଧ କରୁନାହାନ୍ତି, ଅନୁମତିକୁ ନେଇ ବିବାଦ ଦେଖା ଦେଇଛି । ଅନୁମତି ଆଣିବା ରାଜ୍ୟ ସରକାରଙ୍କ ଦାୟିତ୍ୱ, କେନ୍ଦ୍ରଠୁଁ ଅନୁମତି ଆଣିବା ଦରକାର । ବଡ଼ ବଡ଼ ନିର୍ମାଣ ହେଉନି । ସ୍ଥାୟୀ କାମ ହେଉଛି । ଏଏସଆଇ ସବୁ ଜାଣୁଛି । ସମାଧାନ ହେବା ଦରକାର । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁଁ ସମର୍ଥନ କରୁଛି । କାଲି ଅପରାଜିତା ଦର୍ଶନ ପାଇଁ ଯାଇଥିଲେ ।

Advertisement

ଆଜି ବି କହୁଛି ବିକାଶକୁ ବିରୋଧ କରୁନି । ନିୟମ ଅନୁସାରେ ହେବା ଦରକାର । ବିକାଶକୁ ନେଇ ରାଜନୀତି କରାନଯାଉ । ଏଏସଆଇ ହେଉଛି ବଦମାସ । ଏଣେ ପୁରୀକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗ୍ରସ୍ତ ପ୍ରସଙ୍ଗରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁହଁ ଖୋଲିଛନ୍ତି । ମୁଖ୍ୟ ସଚେତକ କହିଛନ୍ତି, ଅପରାଜିତା କେବଳ ସୋବାଜି କରୁଛନ୍ତି । ତାଙ୍କୁ ତାଙ୍କ ଦଳ ମଧ୍ୟ ସମର୍ଥନ କରୁନି । ସରକାରୀ କର୍ମଚାରୀମାନେ ମନା କରିବା ସତ୍ତ୍ୱେ, କେବଳ ସେ ଆଡଭାର୍ଟାଇଜ କରିବାକୁ ଚାହୁଛନ୍ତି ।

ନୂଆ ରାଜନୀତିକୁ ଆସିଛନ୍ତି, ସୋ ବାଜି ଯଦି କରିବେ ସେ ତିଷ୍ଠି ପାରିବେନି । ବେଆଇନ ହେଉଛି କି ଆଇନ୍ ଅନୁଯାୟୀ ହେଉଛି ତାହା ପ୍ରଶାସନ ବୁଝିସୁଝି କରୁଛନ୍ତି , ନ ବୁଝି କୌଣସି କାର୍ଯ୍ୟ ହେଉନି ।ସେବାୟତ ଓ ଗଜପତି ଯେତେ ବେଳେ କହୁଛନ୍ତି ଉଚିତ୍ କାର୍ଯ୍ୟ ହେଉଛି , ସେ ଏକା କହୁଛନ୍ତି ଭୁଲ ହେଉଛି ବୋଲି । ଯେତେବେଳେ ଏତେ ବଡ଼ କଥା ସେ କହୁଛନ୍ତି ତାଙ୍କ ସହ କିନ୍ତୁ ନିଜ ଦଳ ରହୁନି । ଏହାକୁ ନେଇ ସେ ଲଜ୍ଜାବୋଧ କରିବା କଥା । ଶ୍ରୀ ମନ୍ଦିର ସୁରକ୍ଷା ଓ ବାଚସ୍ପତିଙ୍କ ରାଜନୀତି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଶ୍ରୀ ମନ୍ଦିର ସୁରକ୍ଷା ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିଲା ।

ର ମୁହୁର୍ତ୍ତରେ ମୁଁ ସମର୍ଥନ ଦେଇ ସରକାରଙ୍କ ଠାରୁ ଉତ୍ତର ମାଗିଥିଲେ । ସୁରକ୍ଷାକୁ ନେଇ ବିଭିନ୍ନ ଆଲୋଚନାକୁ ଖଣ୍ଡନ କରିବା ଓ ଜଗନ୍ନାଥ ପ୍ରେମୀଙ୍କୁ ତାଙ୍କ ମନ୍ଦିର ସୁରକ୍ଷା ଅଛି କି ନାହିଁ, ଏହାର ଯାଞ୍ଚ କରାଯାଉ ଦାବି କରିଥିଲେ । ଗୃହରେ ବିରୋଧୀଙ୍କ ହଟଗୋଳ ପରେ ସରକାରଙ୍କ ପକ୍ଷରୁ ସେନେଇ ଏକ ଗୃହ କମିଟି ଗଠନ ପାଇଁ ରାଜି ହୋଇଥିଲେ ସରକାର । କିନ୍ତୁ ଗୃହ କମିଟି ଆଜି ସ୍ଥାଣୁ ପଡ଼ିଛି । ମୁଁ ବୈଠକ ପାଇଁ କହିଥିଲି ବାଚସ୍ପତି ବୈଠକ ଡାକି ପୁଣି ଦୁଇ ଘଣ୍ଟାରେ ମଧ୍ୟ ବାତିଲ କରିଛନ୍ତି । ବାଚସ୍ପତି ଆଇନର ଆଳ ନେଇ ଗୃହ କମିଟି କିଛି କରିପାରୁ ନାହିଁ କହିବା ଭୁଲ । ବିଧାନସଭାର ଏକ ସ୍ୱତନ୍ତ୍ର ପାହ୍ୟା ଗୃହ କମିଟି ପାଇଁ କୌଣସି ଆଇନ୍ ନାହିଁ ।

ମୁଁ ଏହାକୁ ଗ୍ରହଣ କରିପାରୁ ନାହିଁ । ମୁଁ ବ୍ୟକ୍ତିଗତ ଭାବେ ଶ୍ରୀ ମନ୍ଦିର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରି କାହାକୁ କିଛି ନ କହି ପୁରୀ ଯାଇ ଚତୃଃପାର୍ଶ୍ୱରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରିଛି । ନିର୍ମାଣର ଦୃଶ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟ । କିନ୍ତୁ ଯେହେତୁ ମୁଁ କମିଟି ସଦସ୍ୟ ଅଛି, ତେଣୁ ମତ ଦେଇପାରିବି ନାହିଁ । ଯଦି ସମୟ ଆସିବ କମିଟିରୁ ଇସ୍ତଫା ଦେଇ ମୁଁ ତାହା ପରିପ୍ରକାଶ କରିବି । ଶ୍ରୀ ମନ୍ଦିର ସୁରକ୍ଷାକୁ ନେଇ ସ୍ୱର ଉଠାଇବା ଯଦି ବାଚସ୍ପତି କହିବେ ରାଜନୀତି ହେଉଛି । ତାହା ଦୁର୍ଭାଗ୍ୟଜନକ । ଜଗନ୍ନାଥ ପ୍ରେମୀ ଭାବେ ମୁଁ ଶ୍ରୀମନ୍ଦିର ସୁରକ୍ଷା ଚାହୁଁଛି , ସ୍ୱର ବି ଉଠାଇଛି ତାହାଲେ କଣ ମୁଁ ବି ରାଜନୀତି କରୁଛି । ଆଉ ଏହାକୁ ବି ରାଜନୀତି କହି ଆଳ ଦେଖାଇ ଗୃହ କମିଟି ନଯିବା କଥା କହିବା ବାଚସ୍ପତିଙ୍କ କ୍ଷେତ୍ରରେ ଶୋଭନୀୟ ନୁହେଁ । ଖୁବ୍ ଶୀଘ୍ର ବାଚସ୍ପତି ଗୃହ କମିଟିକୁ ନେଇ ପୁରୀ ଯାଇ ନିର୍ମାଣର ଅନୁଧ୍ୟାନ କରନ୍ତୁ । ଆଉ ସେ ବିଭିନ୍ନ ବାହାନା ନକରି ସମୟ ଆସିଛି, ଯାଆନ୍ତୁ ଶ୍ରୀ କ୍ଷେତ୍ର । ରାଜନୀତି କଥା ସେ କହିବା ଉଚିତ୍ ନୁହେଁ, ସେ ଯେଉଁ ପଦବିରେ ଅଛନ୍ତି ତାର ମର୍ଯ୍ୟାଦା ରଖନ୍ତୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!