ଜାତିସଂଘର ମୁଖ୍ୟଙ୍କୁ ବଡ ଝଟକା ଦେଲେ ଋଷିୟ ସେନା, ଭୟଙ୍କର ଆକ୍ରମଣ କଲା ରୁଷ୍‌

କିବ୍ -: ଗୁରୁବାର ସନ୍ଧ୍ୟାରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଗସ୍ତ ବେଳେ ରୁଷ୍ ସେନା ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏପ୍ରିଲ୍ ମଧ୍ୟ ଭାଗରୁ କିବ୍‌ରେ ଏଭଳି ପ୍ରଚଣ୍ଡ ବୋମା ବିସ୍ଫୋରଣ ହୋଇ ନ ଥିବା କଥା ମେର‌୍ୟ ଏବଂ ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ର ପ୍ରତିନିଧି କହିଛନ୍ତି ।

କିବ୍‌ର କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ପଶ୍ଚିମ ପ୍ରାନ୍ତକୁ ପ୍ରଭାବିତ କରିଥିବା ଉକ୍ତ ବିସ୍ଫୋରଣରେ କେହି ମୃତାହତ ହୋଇଥିବା ସୂଚନା ତୁରନ୍ତ ମିଳି ପାରିନାହିଁ । କିନ୍ତୁ, ସେମାନେ ନିରାପଦ ଥିବା କଥା ଜାତିସଂଘ ମୁଖ୍ୟଙ୍କର ଜଣେ ଘନିଷ୍ଠ ସହଯୋଗୀ ସାମ୍ବାଦିକମାନଙ୍କୁ ସୁନିଶ୍ଚିତ କରି ବାର୍ତ୍ତା ଦେଇଛନ୍ତି । କିବ୍ ମେର‌୍ୟ ଭିତାଲି କ୍ଲିତ୍‌ଶ୍ଚକୋ ଟେଲିଗ୍ରାମ୍‌ରେ କରିଥିବା ପୋଷ୍ଟ୍‌ରେ କହିଛନ୍ତି ଶେଭ୍‌ଚେଙ୍କୋଭ୍‌ସ୍କି ଜିଲ୍ଲାରେ ଦୁଇଟି ବୋମା ବିସ୍ଫୋରଣ ଘଟିଛି । ମୃତାହତଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଦିଆଯିବ ।

Advertisement

ବୋମା ପଡ଼ିଥିବା ଅଞ୍ଚଳରେ ଆକାଶକୁ କଳାଧୂଆଁ ଉଠୁଥିବା ଏବଂ ଗୋଟାଏ ଅଟ୍ଟାଳିକା ଜଳିବା ସହ ବହୁସଂଖ୍ୟକ ପୁଲିସ ଓ ଉଦ୍ଧାରକାରୀ ଉପସ୍ଥିତ ଥିବା କଥା ‘ଏପିଏଫ୍‌’ର ପ୍ରତିନିଧିମାନେ ଦେଖିଥିବା କଥା କହିଛନ୍ତି । ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିର୍ମି ଜେଲେନ୍‌ସ୍କିଙ୍କର ବରିଷ୍ଠ ସହଯୋଗୀ ମିଖାୟେଲୋ ପୋଦୋଲିୟାକ୍ ଟୁଇଟ୍ କରି କହିଛନ୍ତି, ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଆନୁଷ୍ଠାନିକ ଗସ୍ତ ବେଳେ କିବ୍ ଉପନଗରୀରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି ।

ଗୁଟେରେସ୍‌ଙ୍କ ମସ୍କୋ ଗସ୍ତକୁ ଉଦ୍ଦେଶ୍ୟ କରି ମିଖାୟେଲୋ କହିଛନ୍ତି, ଦିନକ ଆଗରୁ ସେ କ୍ରେମ୍‌ଲିନ୍‌ରେ ‘ଲଙ୍ଗ୍ ଟେବଲ୍‌’ରେ ବସିଥିଲେ । ଏବଂ ଆଜି ତାଙ୍କ ମୁଣ୍ଡ ଉପରେ ବିସ୍ଫୋରଣ କରାଯାଉଛି । ସୂଚନାଯୋଗ୍ୟ, ଅଳ୍ପ କିଛି ଦିନ ତଳେ ଗୁଟେରେସ୍ ମସ୍କୋ ଗସ୍ତ କରି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍‌ଙ୍କୁ ଭେଟିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!