ଆରମ୍ଭ ହେଲା ମାଟ୍ରିକ ପରିକ୍ଷା, ପରୀକ୍ଷା ସମୟରେ କୋଭିଡ ନିୟମ ପାଳନ କରିବା ସହ ଏହି ସୁବିଧା ସବୁ


ଭୁବନେଶ୍ୱର -: ଆଜିଠୁ ମାଟ୍ରିକ ପରୀକ୍ଷା । ଗ୍ରୀଷ୍ମ ପ୍ରବହକୁ ଦୃଷ୍ଟିରେ ରଖି ପ୍ରଥମ ସିଟିଂରେ ହେବ ସବୁ ପରୀକ୍ଷା ।ଚଳିତ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ୩ ହଜାର ୫୪୦ କେନ୍ଦ୍ର ଓ ୩୧୫ଟି ନୋଡାଲ ସେଣ୍ଟରର ବ୍ୟବସ୍ଥା କରାଯାଇଛି ।

ରୌଦ୍ର ତାପ ଯୋଗୁଁ ସବୁ ସେଣ୍ଟରରେ ପିଲାଙ୍କ ପାଇଁ ଯଥେଷ୍ଟ ପାନୀୟ ବ୍ୟବସ୍ଥା ଏବଂ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ମଧ୍ୟ ହୋଇଛି । ଏପ୍ରିଲ ୨୯ରୁ ମେ ୧୦ ପର୍ଯ୍ୟନ୍ତ ସକାଳ ୮ରୁ ଦିନ ୧୦ଟା ଯାଏଁ ଚାଲିବ ପରୀକ୍ଷା । ମେ ୨ ରେ ହେବାକୁ ଥିବା ସାମାଜିକ ବିଜ୍ଞାନ ପରୀକ୍ଷା ୯ ରେ ହେବ । ମେ ୪ ରେ ହେବାକୁ ଥିବା ଇଂରାଜୀ ପରୀକ୍ଷା ୧୦ ତାରିଖରେ ହେବ ।

Advertisement

ଓପନ୍ ସ୍କୁଲର ୩ ଟି ପରୀକ୍ଷା ୮,୯ ଓ ୧୦ ରେ କରାଯିବ । ପରୀକ୍ଷା ହଲରେ ମୋବାଇଲେ ବ୍ୟବହାର କରାଯାଇପାରିବନି । ହାଇସ୍କୁଲ ପରୀକ୍ଷା ସିଡ୍ୟୁଲରେ କୌଣସି ପରିବର୍ତ୍ତନ ହୋଇନାହିଁ । ପରୀକ୍ଷା ବେଳେ କୋଭିଡ୍ ନିୟମ ଅନୁପାଳନ କରାଯିବ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାରେ ବାରଣ କରାଯାଇଛି । ୩୩୦୩ ପରୀକ୍ଷା କେନ୍ଦ୍ର ୩୧୫ ନୋଡାଲ ସେଣ୍ଟର ୨୧ ଟି ପୋଲିସ ଷ୍ଟେସନ ନୋଡାଲ ସେଣ୍ଟର ହୋଇଛି । । କପି ରୋକିବାକୁ ବୋର୍ଡର ସ୍ୱତନ୍ତ୍ର ୩୮ ଟି ସ୍କ୍ୱାର୍ଡ ହେବ । ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ,ପିଇବା ପାଣି, ଓଆରଏସ ମହଜୁଦ ରହିଛି ବୋଲି ପ୍ରେସ ମିଟ୍ ରେ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!