ନିଆରା ଢଙ୍ଗରେ ବିଶ୍ୱ ଶ୍ରମିକ ଦିବସ ପାଳିଲେ ସରପଞ୍ଚ ଅର୍ପିତା

ବରଗଡ଼/ପଦ୍ମପୁର -: ଆଜି ସମଗ୍ର ଭାରତ ବର୍ଷ ରେ ବିଶ୍ୱଶ୍ରମିକ ଦିବସ ପାଳନ କରାଯାଉଥିବାବେଳେ,ଏକ ନିଆରା ଢଙ୍ଗରେ ଶ୍ରମିକ ଦିବସ ପାଳନ କରିଥାନ୍ତି ବରଗଡ ଜିଲ୍ଲା ଗାଇସିଲେଟ ବ୍ଳକ ଅଧିନସ୍ଥ କଟାବାହାଲ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଅର୍ପିତା ପଣ୍ଡା ।

Advertisement

ସକାଳୁ ସକାଳୁ ବାହାରି କଟାବାହାଲ ଗ୍ରାମପଞ୍ଚାୟତ ଅଧିନସ୍ଥ କୁଲିଆରୀ ଗ୍ରାମରେ ଏମଜିଏନଇଜିଆରଏସ୍ ଯୋଜନା ରେ ହେଉଥିବା ନୂତନ ପୋଖରୀ ଖନନ କାର୍ଯ୍ୟକ୍ରମ ରେ ନିୟୋଜିତ ଥିବା ଶ୍ରମିକ ମାନଙ୍କ ପାଖରେ ଯାଇଥିଲେ । ସମସ୍ତ ଶ୍ରମିକ ମାନଙ୍କୁ ବିଶ୍ୱ ଶ୍ରମିକ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ବୁଝାଇବା ସଙ୍ଗେ ସଙ୍ଗେ ଅଭିନନ୍ଦନ ଜଣାଇବା ସହ କିପରି ଭାବରେ ବାହାର ରାଜ୍ୟକୁ ଶ୍ରମିକ ଭାଇ ଭଉଣୀ ମାନେ କାମ କରିବାକୁ ନ ଯିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ପ୍ରଚଣ୍ଡ ରୌଦ୍ରତାପରେ ଅଧିକ ସମୟ ଧରି କାମ ନ କରିବାକୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟରତ ସମସ୍ତ ଶ୍ରମିକ ମାନଙ୍କୁ ଅବିର ଲଗାଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ ଏବଂ ସଦାସର୍ବଦା କିଭଳି ଭାବେ ଶ୍ରମିକ ମାନଙ୍କୁ ସରକାରୀ ଯୋଜନା ଅଧିକ ରୁ ଅଧିକମାତ୍ରାରେ ପହଞ୍ଚାଇବେ ସେ ସମ୍ପର୍କରେ ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି । ପ୍ରଥମ ଥର ଜଣେ ମହିଳା ସରପଞ୍ଚ ଶ୍ରୀମତି ଅର୍ପିତା ପଣ୍ଡା ଙ୍କୁ ଶ୍ରମିକ ଭାଇ ମାନେ ନିଜ ଗହଣରେ ପାଇଁ ଖୁସି ହେବାସହ ଭୂୟସୀ ପ୍ରଶଂସା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!