ଗୋବିନ୍ଦପୁର ସିଆରପିଏଫ୍‌ କ୍ୟାମ୍ପରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଗୋବିନ୍ଦପୁର ସିଆରପିଏଫ୍‌ କ୍ୟାମ୍ପରୁ ଆଜି ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ହେଲେ ସୁବେଶ କୁମାର ସିଂ। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ସୁବେଶ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ରିଜର୍ଭ ଅଫିସର କ୍ବାଟରରେ ବେକରେ ଦଉଡି ଲଗାଇ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି।

Advertisement

ଯବାନ ଜଣଙ୍କ ଉତ୍ତର ପ୍ରଦେଶର ସନ୍ଥକବୀରନଗର ଜିଲ୍ଲାର ଖଳିଲାବାଗ ଥାନା ଅନ୍ତର୍ଗତ ରମେଶ କୁମାର ସିଂଙ୍କ ୩୨ ବର୍ଷୀୟ ପୁଅ ସର୍ବେଶ କୁମାର ସିଂ ବୋଲି ଜଣା ପଡ଼ିଛି। ତେବେ ଆରଜବେଷ୍ଟ ପାଇପରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ପାଇ ବରଗଡ଼ ସଦର ପୁଲିସ ଘଟଣାସ୍ଥଳକୁ ପହଁଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବରଗଡ଼ ପୁରୁଣା ଡାକ୍ତରଖାନାରେ ବ୍ୟବଛେଦ ପାଇଁ ପଠାଇ ପରେ ବୁର୍ଲା ବଡ଼ମେଡିକାଲରେ କେମିକାଲ ପେକିଙ୍ଗ କରାଯାଇ ଉତ୍ତର ପ୍ରଦେଶକୁ ସିଆରପିଏଫ ଅଫିସ ପକ୍ଷରୁ ପଠାଯାଇଛି । ସୂଚନାଯୋଗ୍ୟ ସୁବେଶ ଏ୧୮୯ସିଆରପିଏଫ୍‌ ବଟାଲିଏନ ର ଯବାନ ଥିଲେ। ସେ ୨୦୧୩ ମସିହାରେ ସିଆରପିଏଫରେ ଯୋଗ‌ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!