ଯୈାନ ପିପାସୁ ବିଧାୟକଙ୍କ ଗିରଫ ଦାବିରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଓ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ


ନବରଙ୍ଗପୁର -: ବିଡିଓଙ୍କୁ ଆକ୍ରମଣ କରି ରାଜଧାନୀରୁ ଜଣେ ବିଧାୟକ ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଉ ଜଣେ ବିଧାୟକ ବିବାଦ ଘେରକୁ ଆସିଛନ୍ତି । ନବରଂଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆସିଛି ।

Advertisement

ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଅଭିଯୋଗ ଅଣାଯାଇଛି । ଘଟଣାକୁ ନେଇ ଜିଲ୍ଲାରେ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି । ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ ଓ ବିଜେପି ବିଧାୟକ ପ୍ରାର୍ଥୀ ଗୈାରୀଶଙ୍କର ମାଝି ବିଧାୟକଙ୍କ ବିରୋଧରେ ପୃଥକ ଭାବେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଧାୟକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି ।

ଏଥିସହ ତାଙ୍କର ସଭ୍ୟପଦ ରଦ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛି । କଂଗ୍ରେସ ପକ୍ଷରୁ ନବରଙ୍ଗପୁରରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ତେଣେ ବିଜେପି ଅଭିଯୋଗ କରିଛି ଯେ ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି । ବିଡିଓଙ୍କୁ ଆକ୍ରମଣ ଘଟଣାରେ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହୋଇଥିବା ବେଳେ ପୁଲିସ ଝରିଗାଁ ବିଧାୟକଙ୍କ ବିରୋଧରେ ଏତଲା ରଖୁନାହିଁ । ଆଇନ ଏଠାରେ ଠିକ ରାସ୍ତାରେ ଯାଉନାହିଁ ବୋଲି ଅଭିଯୋଗ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କରିଥିବା ଅଭିଯୋଗ ଅନୁସାରେ, ବିଧାୟକ ଜଣକ କୁଆଡେ ନିଜକୁ ଅବିବାହିତ କହି ଭୁବନେଶ୍ୱରର ଜନୈକ ଯୁବତୀଙ୍କ ସହ ପ୍ରାୟ ୩ ବର୍ଷ ପୂର୍ବେ ଶାରୀରିକ ସମ୍ପର୍କ ରଖିଥିଲେ ।

ବିଧାୟକ ନିଜକୁ ଅବିବାହିତ ବୋଲି କହୁଥିବା ବେଳେ ସେ ପୂର୍ବରୁ ବିବାହିତ ବୋଲି ଦୀର୍ଘ ଦିନ ପରେ ଜାଣି ପାରିଥିଲେ ପୀଡ଼ିତା । ଏହାପରେ ପୀଡ଼ିତା ପ୍ରତିବାଦ କରିଥିଲେ ଓ ଯୈାନନିର୍ଯାତନାର ଶିକାର ହୋଇଥିଲେ ସେ । ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା କୁହାଯାଉଥିଲେ ହେଁ ପୁଲିସ ପକ୍ଷରୁ କୈାଣସି ସୂଚନା ଦିଆଯାଇନାହିଁ । ଏହି ଅଭିଯୋଗର କେତେ ସତ୍ୟାସତ୍ୟ ରହିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏ ନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଆମ ଅଫିସ ତରଫରୁ ଟେଲିଫୋନ ଯୋଗେ ବିଧାୟକଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ କଲ୍ ରିସିଭ୍ କରି ନଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!