ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ନିମନ୍ତେ ଠାକୁରରାଜା ଦେଲେ ବିଶ୍ଵକର୍ମାଙ୍କୁ ଆଜ୍ଞାମାଳ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ର ସର୍ବ ପ୍ରାଚୀନ ଐତିହ୍ୟ ଓ ପରମ୍ପରା ସମ୍ପର୍ଣ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Advertisement

ଠାକୁର ରାଜଭାବେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ପୂଜକମାନଙ୍କ ପକ୍ଷରୁ ପୂଜାଅର୍ଚନା କରାଯିବା ପରେ ଠାକୁର ରାଜାଙ୍କ ଦ୍ଵାରା ବିଶ୍ୱକର୍ମା ସତ୍ୟବାଦୀ ମହାରଣା, ନଟବର ମହାରଣା l ବଟକୃଷ୍ଣ ମହାରଣା ପ୍ରମୁଖଙ୍କୁ ରଥକାର୍ଯ୍ୟ ନିର୍ମାଣ ନିମନ୍ତେ ଆଜ୍ଞାମାଳ ପ୍ରଦାନ କରିଥିଲେ l ଏ ସମସ୍ତ କାର୍ଯ୍ୟକ୍ରମଙ୍କୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି କାଳୀକିଙ୍କର ଆଚାର୍ଯ୍ୟ, ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା , ପରିଚାଳନା କମିଟି ସଦସ୍ୟ ରାମ ଚନ୍ଦ୍ର ଦାଶ l କିଶୋର ଦାଶ, ମାନସ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ l

Advertisement

Leave a Reply

Your email address will not be published. Required fields are marked *

error: Content is protected !!