କଟକ ସୃଷ୍ଟି ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ନାକ ପଟେ ହେଉଛି ଖପୁରୀ ଅପରେସନ

କଟକ -: କଟକ କାଠଗୋଲା ସାହି ରିଙ୍ଗ ରୋଡରେ ଥିବା ସୃଷ୍ଟି ହସ୍ପିଟାଲରେ ଚାରିଟି ଅତି ବିରଳ ଅସ୍ତ୍ରୋପଚାର ସଫଳତାର ସହ ହୋଇଛି । ମସ୍ତିଷ୍କରେ ହେଉଥିବା ଟ୍ୟୁମରକୁ ଏଣ୍ଡୋସ୍କୋପିକ୍ ପିଟ୍ୟୁଟାରୀ ସର୍ଜରୀ ଦ୍ବାରା ସଫଳତାର ସହ ବାହାର କରିଦିଆଯାଇ ପାରିଛି । ଖପୁରୀର ଅପରେସନ ନକରି ନାକ ବାଟେ ଏହି ଅପରେସନ କରାଯାଉଛି । ଗତ ଚାରିମାସ ଭିତରେ ସୃଷ୍ଟି ହସ୍ପିଟାଲରେଏହି ଭଳି ଚାରିଟି ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Advertisement

ଓଡିଶାରେ ପ୍ରଥମଥର ପାଇଁ ଏଭଳି ଅସ୍ତ୍ରୋପଚାର ସଫଳତାର ସହ କରାଯାଇ ପାରିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ଅଭିଜ୍ଞ ଇ ଏନ୍ ଟି ସର୍ଜନ ଡାକ୍ତର ଦିପ୍ତୀ ରଞ୍ଜନ ବଳିଆରସିଂ ଓ ନ୍ୟୁରୋସର୍ଜନ ଡାକ୍ତର ଆତ୍ମା ରଞ୍ଜନ ଦାସଙ୍କ ଦ୍ବାରା ଏହି ଅସ୍ତ୍ରୋପଚାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅସ୍ତ୍ରୋପଚାର କରାଯାଇଥିବା ଚାରି ଜଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ପୂର୍ବରୁ ଏଭଳି ଅପରେସନ ପାଇଁ ଲୋକଙ୍କୁ ରାଜ୍ୟ ବାହାରକୁ ଯିଵାକୁ ପଡୁଥିଲା । ଏହା ସହ ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ବ୍ୟୟବହୁଳ ଥିଲା । ଏଵେ ଏହା ଅଳ୍ପ ଖର୍ଚ୍ଚରେ କଟକ ସୃଷ୍ଟି ହସ୍ପିଟାଲରେ ସମ୍ଭଵ ହେଉଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!