ବ୍ରହ୍ମପୁରରେ ଚାଲିଥିଲା ଆଇପିଏଲ ବେଟିଂ : ରେଡ୍ ହ୍ୟାଣ୍ଡରେ ଧରିଲା, ୫ଗିରଫ ୪.୫୬ ଲକ୍ଷ ଟଙ୍କା ଓ ୨୦୩ ଗ୍ରାମ ସୁନା ସହ କାର ଜବତ

ବ୍ରହ୍ମପୁର -: ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆଇପିଏଲ ବେଟିଂ ଚାଲିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି ଗୋଷାଣୀନୂଆଗାଁ ଥାନା ପୋଲିସ । ଗିରଫ ପାଞ୍ଚ ଜଣ ହେଲେ ଗୋଳନ୍ଥରାର ଦିପୁ ନାହାକ, କିଟୁ ରାଉତ , ଅଶ୍ୱିନୀ କୁମାର ପାତ୍ର, ଗୋପିନାଥ ମହାରଣା ଓ କବିସୂର୍ଯ୍ୟନଗର ପ୍ରଶାନ୍ତ କୁମାର ସାହୁ । ଏମାନଙ୍କଠାରୁ ନଗଦ ୪ ଲକ୍ଷ ୫୬ ହଜାର ୯ଶହ ଟଙ୍କା , ୯ଟି ମୋବାଇଲ ଫୋନ , ଗୋଟିଏ କାର ଓ ୨୦୩.୯୬ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ପୋଲିସ । ଗିରଫ ହୋଇଥିବା ପାଞ୍ଚ ଜଣ ବେଟିଂ କରିଆସୁଥିଲେ ।ଏନେଇ ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଥାନା ଅଞ୍ଚଳରେ ରେଡ୍‌‌ କରିଥିଲା ପୋଲିସ ।

Advertisement

ରେଡ୍‌‌ ବେଳେ ବେଟିଂ ବିଭିନ୍ନ ମୋବାଇଲ ଆପ୍‌‌ ଓ ଅନଲାଇନ ୱେବ୍‌‌ସାଇଟ୍‌‌ ମାଧ୍ୟମରେ ଚାଲିଆସୁଥିଲା ବୋଲି ପୋଲିସ ଖବର ପାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ପୂର୍ବରୁ ମଧ୍ୟ ଏହି ବେଟିଂ କରିଆସୁଥିଲେ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଏହି ବେଟିଂ ରାକେଟରେ ଅନେକ ଗିରଫ ହେବା ସହ ଏହି ନେଟୱାର୍କକୁ ବନ୍ଦ କରିବା ସହ ପର୍ଦ୍ଦାଫାସ୍‌‌ ହେବ । ଏନେଇ ବ୍ରହ୍ମପୁର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!