ପ୍ରଫୁଲ୍ଲ ପାଠାଗାର ପରିସରରେ ନାଟ୍ୟକାର ସୁଧାକର ଦିବେଦୀ ଙ୍କ ର 72ତମ ଜୟନ୍ତୀ ସମାରୋହରେ ପାଳିତ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: କାଳଜୟୀ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କର 72ତମ ଜୟନ୍ତୀ ସମାରୋହ ସ୍ଥାନୀୟ ପୁରୁଣାଗଡ଼ ସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି l ନାଟ୍ୟକାର ସୁଧାକର ଦ୍ବିବେଦୀ ସ୍ମୃତି ପରିଷଦର ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ, ମୁଖ୍ୟ ବକ୍ତା ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଭଗବାନ ବିଶ୍ୱାଳ, ଶିକ୍ଷାବିତ ରବୀନ୍ଦ୍ର ନାଥ ତ୍ରିପାଠୀ, ପ୍ରାକ୍ତନ ଶିକ୍ଷକ ବିଜୟ କୁମାର ପତି, ଦେବେନ୍ଦ୍ର କୁମାର ଆଚାର୍ଯ୍ୟ ଓ ସୁରେନ୍ଦ୍ର ରାୟ ପ୍ରମୁଖ ଯୋଗଦେଇ ନାଟ୍ୟକାର ସ୍ବର୍ଗତ ଦ୍ବିବେଦୀଙ୍କ ସୃଷ୍ଟି ସମ୍ଭାର ଓଡ଼ିଆ ଯାତ୍ରା ନାଟକକୁ ରୁଦ୍ଧିମନ୍ତ କରିଛି ବୋଲି କହିଥିଲେ l

Advertisement

ଏହି ଅବସରରେ ଆଦର୍ଶ ଶିକ୍ଷକ ଶିଶିର କୁମାର ତ୍ରିପାଠୀଙ୍କୁ ନାଟ୍ୟକାର ସୁଧାକର ଦ୍ବିବେଦୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ନାଟ୍ୟକାର ସ୍ବର୍ଗତ ଦ୍ବିବେଦୀଙ୍କ ସୁପୁତ୍ର ସରୋଜ କୁମାର ଦ୍ବିବେଦୀଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରା ରମ୍ଭରେ ସମାଜସେବୀ ବିଜନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Advertisement

Leave a Reply

Your email address will not be published. Required fields are marked *

error: Content is protected !!