ଚାଣକ୍ୟ ଏମିତି ୫ ଜାଗାରେ ନ ରହିବାକୁ ପରାମର୍ଶ ଦେଇଛନ୍ତି, ରହିଲେ ହୋଇଥାଏ ବହୁତ କ୍ଷତି

ଆପଣଙ୍କୁ ଚାଣକ୍ୟଙ୍କ ନୀତି ଓ ବିଚାର କଠୋର ଲାଗିପାରେ ହେଲେ ଏହି କଠୋରତା ଜୀବନର ସତ୍ୟତା | ବ୍ୟସ୍ତ ବହୁଳ ଜୀବନରେ ଚାଣକ୍ୟଙ୍କ କଥା ଆପଣଙ୍କୁ ବହୁ ଅସୁବିଧାରୁ ରକ୍ଷା କରିବ | ଅର୍ଥ ଶାସ୍ତ୍ର, ରାଜନୀତି, କୂଟନୀତି ସମେତ ବହୁ କ୍ଷେତ୍ରରେ ପାରଙ୍ଗମ ଚାଣକ୍ୟ ଧନ, ଉନ୍ନତି, ବ୍ୟବସାୟ, ବନ୍ଧୁ ଓ ଶତ୍ରୁ ସବୁ ବିଷୟରେ ଲୋକଙ୍କୁ ଦିଗଦର୍ଶନ ଦେଇଛନ୍ତି । ଏହି ସବୁ ନିୟମ ମଧ୍ୟରେ ଚାଣକ୍ୟ ଏମିତି ୫ ଜାଗାରେ ନ ରହିବାକୁ ପରାମର୍ଶ ଦେଇଛନ୍ତି । ଯେଉଁଠି ରହିଲେ ମନୁଷ୍ୟର ହୋଇଥାଏ ବହୁତ କ୍ଷତି । ଆସନ୍ତୁ ଜାଣିବା କ’ଣ ସେହି ୫ ସ୍ଥାନ ।

Advertisement

ଶ୍ଳୋକ -:

ଧନୀକଃ ଶ୍ରୋତ୍ରିୟୋ ରାଜା ନଦୀ ବୈଦ୍ୟସ୍ତୁ ପଞ୍ଚମଃ ।
ପଞ୍ଚ ଯତ୍ର ନ ବିଦ୍ୟନ୍ତେ ତତ୍ର ଦିବସଂ ନ ବସେତତତ ।।

ଅର୍ଥାତ୍‌ ଯେଉଁଠି କେହି ଧନୀ, ବିଦ୍ୱାନ, ରାଜା, ବୈଦ୍ୟ(ଡାକ୍ତର) ଓ ନଦୀ ନଥିବ ସେଠାରେ ଗୋଟିଏ ଦିନ ବି ବାସ କରିବା କଥା ନୁହେଁ ।

୧.  ଯେଉଁ ସହର ବା ଗାଁରେ କେହି ଧନୀ ଲୋକ ନଥିବେ ।

୨.  ଯେଉଁ ଦେଶରେ ବା ସ୍ଥାନରେ ବେଦ ଜାଣି ନଥିବା ବ୍ୟକ୍ତି ବା ବିଦ୍ୱାନ ନଥିବେ ।

୩.  ଯେଉଁଠି କେହି ରାଜା ବା ସରକାର ନଥିବେ ।

୪.  ଯେଉଁ ସହର ବା ଗାଁରେ କୌଣସି ଡାକ୍ତର ନଥିବେ ।

୫. ଯେଉଁ ସ୍ଥାନରେ ନଦୀ ପ୍ରବାହିତ ହେଉନଥିବ ।

ଚାଣକ୍ୟ ଯେଉଁ ୫ ସ୍ଥାନରେ ନ ରହିବାକୁ ପରାମର୍ଶ ଦେଇଛନ୍ତି ତାହା ପଛର କାରଣ ମଧ୍ୟ କହିଛନ୍ତି । ଚାଣକ୍ୟ କହିଛନ୍ତି ଜୀବନରେ ସମସ୍ୟା ମଧ୍ୟରେ ୫ ଜିନିଷର ମହତ୍ୱ ରଖିଛନ୍ତି । ବିପତ୍ତି ସମୟରେ ଧନର ଆବଶ୍ୟକ ହୋଇଥାଏ । ଯାହାର ପୁରଣ ଧନୀ ବ୍ୟକ୍ତି ହିଁ କରିଥାଏ । କର୍ମକାଣ୍ଡ ପାଇଁ ପୁରୋହିତଙ୍କ ଆବଶ୍ୟକ ହୋଇଥାଏ ।

ସେହିପରି ଶାସନ ଓ ସୁରକ୍ଷା ପାଇଁ ରାଜା ବା ସରକାରଙ୍କ ଆବଶ୍ୟକ ହୋଇଥାଏ । ସେହିଭଳି ରୋଗ ହେଲେ ଡାକ୍ତରଙ୍କ ଆବଶ୍ୟକ ହୋଇଥାଏ । ଜୀବନ ଯାପନ ପାଇଁ ନଦୀ ବା ଜଳ ସ୍ରୋତର ଆବଶ୍ୟକ ହୋଇଥାଏ । ତେଣୁ ବ୍ୟକ୍ତି ଏହି ସବୁ ଜିନିଷ ନଥିଲେ ସେହି ସ୍ଥାନରେ ରହିବା ଉଚିତ୍‌ ନୁହେଁ । ନଚେତ ବହୁତ ଅସୁବିଧା ହୋଇପାରେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!