ପ୍ରେମ କରି ବିବାହିତ ମହିଳାଙ୍କୁ ହାଣ୍ଡିଆ ପିଆଇ ବାଇକରେ ନେଇଯାଉଥିବା ବେଳେ ବାଟରେ ଘଟିଲା ଏଭଳି ଘଟଣା …

କେନ୍ଦୁଝର -: ମାତ୍ର କିଛି ମାସ ହେଲା ବିବାହିତ ଯୁବକଙ୍କ ଅଜବ କାରନାମା । ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ଭଲ ପାଇ ଘରକୁ ନେଉଥିବା ବେଳେ, ତାଙ୍କୁ ଅପହରଣ କରିବା ଅଭିଯୋଗରେ , ମହିଳାଙ୍କ ବୋତଲ ମାଡ଼ରେ ଗୁରୁତର ହେଲେ ତଥାକଥିତ ପ୍ରେମିକ । ଏଭଳି ଘଟଣା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗାଁ ନିକଟରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ।

Advertisement
attack

ସୂଚନା ଅନୁଯାୟୀ, ସାମୁକାନେଣ୍ଡି ପଞ୍ଚାୟତ କୁମପଦା ଗାଁର ପ୍ରଧାନ ପୂର୍ତ୍ତି କିଛି ମାସ ତଳେ ବିବାହ କରିଥିଲେ । ଏହାପରେ ସେ ପଡ଼ୋଶୀ ଯାଜପୁର ଜିଲ୍ଲା ଟମକା ଥାନା ସମରପିଟା ଗାଁର ୨ଟି ସନ୍ତାନର ଜନନୀ ବାସନ୍ତୀ ମୁଣ୍ଡାଙ୍କୁ ଭଲ ପାଉଥିଲେ । ବାସନ୍ତୀ ମୁଣ୍ଡାଙ୍କୁ ପ୍ରଧାନ ପୂର୍ତ୍ତି ଆଜି ହାଣ୍ଡିଆ ପିଆଇ ନିଜ ଘରକୁ ବାଇକ୍ ରେ ବସାଇ ଆଣୁଥିବାବେଳେ, କେଶଦୁରାପାଳ ଠାରେ ତାଙ୍କୁ ଅପହରଣ କରି ଆଣୁଥିବା ଅଭିଯୋଗ କରି ଏକ ଭଙ୍ଗା କାଚ ବୋତଲରେ ଆକ୍ରମଣ କରିଥିଲେ ବାସନ୍ତୀ । ଏହା ଜାଣିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟକ ରଖି ଘସିପୁରା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଉଭୟକୁ ସେଠାରୁ ଆଣି ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!