ବାଙ୍କୀ ନିକଟସ୍ଥ ମହାନଦୀରେ ଫସି ରହିଛନ୍ତି ୨ ହାତୀ

କଟକ/ବାଙ୍କୀ: ମହାନଦୀରେ ଫସି ରହିଛନ୍ତି ୨ ହାତୀ। ଗତକାଲି ବିଳମ୍ବିତ ରାତ୍ରୀରେ ଆଠଗଡ ବନଖଣ୍ଡ ପଟରୁ ମହାନଦୀ ପାରି ହୋଇ ଭାଗୀପୁର ନିକଟରେ ଦୁଇ ହାତୀ (ଗୋଟିଏ ଦନ୍ତା ସହ) ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ। ସକାଳ ହୋଇଯିବାରୁ ଆଉ ଯାଇ ନପାରି ଵାଙ୍କୀ କଟକ ମୁଖ୍ୟ ରାସ୍ତା ସନ୍ନିକଟ ଭାଗୀପୁର ଗ୍ରାମ ମହାନଦୀ କୂଳରେ ରହିଯାଇଥିବା ସୂଚନା ମିଳିଛି।

Advertisement

ଉକ୍ତ ସ୍ଥାନରେ ମହାନଦୀର ଜଳସ୍ତର କମ ରହିଥିବା ଏବଂ ନଦୀରେ ସ୍ରୋତ କମ ରହିଥିବାରୁ ହାତୀ ଦ୍ୱୟଙ୍କ ପ୍ରତି କୌଣସି ବିପଦ ନଥିବା ଡମପଡା ଚନ୍ଦକା ବନବିଭାଗ ସୂତ୍ରରୁ ପ୍ରକାଶ।ଏବେ ମହାନଦୀ କୂଳରେ ହାତୀ ଦ୍ୱୟଙ୍କ ଜଳକ୍ରୀଡ଼ା ଦେଖିବାକୁ ଦେଖଣାହାରୀଙ୍କ ଭିଡ଼ ଜମିଛି। ତେବେ ଏହା ହାତୀମାନଙ୍କ ନିତିଦିନିଆ ଯାତାୟତ ପଥ ହୋଇଥିବାରୁ କୌଣସି ଅଘଟଣର ଆଶଙ୍କା ନଥିବା ଡମପଡା ବନଖଣ୍ଡ ଅଧିକାରୀ ବିରାଜ ଦାସ କହିଛନ୍ତି। ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!