ଦାଦନ ଯାଇ ଶବ ପାଲଟିଲା ପୁଅ, ମୃତଦେହ ଆଣିବା ପାଇଁ ଉପଜିଲ୍ଲାପାଳଙ୍କୁ ଗୁହାରୀ କଲେ ବାପା

ରେଢ଼ାଖୋଲ -: ତାମିଲନାଡୁ ର ଏକ ଲୁହା ଛଡ଼ କମ୍ପାନୀରେ ଦାଦନ ଖଟିବାକୁ ଯାଇ ଏକ ଟ୍ରେନ ଧକ୍କାରେ ଭାଇର ମୃତ୍ୟୁ ପରେ , ମୃତ ଦେହକୁ ଗାଁକୁ ଆଣିବାକୁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ମୃତକର ବାପା ଓ ଭାଇ , ଏମିତି ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ଥାନା, ଘୁସୁରାମାଲ ପଞ୍ଚାୟତ, କମଳାନାଳି ଗାଁରେ । ଏହି ଗାଁର ରାମଚନ୍ଦ୍ର ପ୍ରଧାନଙ୍କ ସାନ ପୁଅ ବୈଷ୍ଣବ ଚନ୍ଦ୍ର ପ୍ରଧାନ ଗାଁର ଅନ୍ୟ ଯୁବକ ମାନଙ୍କ ସହ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲା ।

Advertisement

ହେଲେ ହଠାତ୍ ଗତ ମଙ୍ଗଳବାର ଦିନ ତାମିଲନାଡୁର ଏକ ଟ୍ରେନ କଡ଼ରୁ କ୍ଷତବିକ୍ଷତ ଅବସ୍ଥାରେ ବୈଷ୍ଣବର ମୃତ ଦେହ ଉଦ୍ଧାର କରିଥିଲା ସ୍ଥାନୀୟ ପୋଲିସ। ସେପଟେ ମୃତଦେହ ଆଣିବାକୁ ଅସମର୍ଥ ଥିବା ପରିବାର ଏବେ ଅସହାୟ ହୋଇ ପଡ଼ିଛନ୍ତି । ନିଜ ପୁଅର ମୃତ ଦେହ ଗାଁକୁ ଆଣିଦେବାକୁ ବିଚରା ବୁଢ଼ା ବାପା ଓ ବଡ଼ଭାଇ ଆକୁଳ ନିବେଦନ କରିଛନ୍ତି । ଏ ନେଇ ସେମାନେ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି । କିଭଳି ପୁଅର ମୃତଦେହ ଗାଁକୁ ଫେରିବ ତାକୁ ନେଇ ଚେଷ୍ଟା କରୁଛୁ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!