ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା, ଆଜିଠାରୁ ଲାଗୁ

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ପୁଣି ବଢିଲା ଘରୋଇ LPG ଗ୍ୟାସ ସିଲିଣ୍ଡର ଦର। ୧୪.୨ କେଜି ଗ୍ୟାସ ସିଲିଣ୍ଡର ୫୦ ଟଙ୍କା ବଢିଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି। ୫ ଲିଟର ସିଲିଣ୍ଡର ପିଛା ୧୮ଟଙ୍କା ବଢିଥିବାବେଳେ ୧୯ ଲିଟର କମର୍ସିଆଲ ସିଲିଣ୍ଡର ପିଛା ୮ଟଙ୍କା ୫୦ ପଇସା ବଢିଛି । ସିଲିଣ୍ଡର ପିଛା ୫୦ଟଙ୍କା ବଢିବା ପରେ ଭୁବନେଶ୍ୱରରେ ଘରୋଇ LPG ସିଲିଣ୍ଡର ୧୦୨୯ ଓ ଦିଲ୍ଲୀରେ ୧୦୫୩ ଟଙ୍କାରେ ଉପଲବ୍ଧ ହେବ । ଏହା ପୂର୍ବରୁ ମେ ମାସରେ ଘରୋଇ ଗ୍ୟାସ ଦର ୫୦ ଟଙ୍କା ବଢିଥିଲା। ଫଳରେ ସିଲିଣ୍ଡର ପିଛା l

Advertisement

ସେହିପରି, ଆଜିଠାରୁ ମୁମ୍ବାଇରେ ୧୪.୨ କିଲୋଗ୍ରାମ୍‌ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଟ. ୧,୦୫୨.୫୦, ଚେନ୍ନାଇରେ ଟ.୧୦୬୮.୫୦, କୋଲ୍‌କାତାରେ ଟ. ୧,୦୭୯/-ରେ ବିକ୍ରୟ ହେଉଛି। ସେହି ଅନୁସାରେ, ଆଜିଠାରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ଟ. ୫୦/- ବୃଦ୍ଧି ପାଇ ୧୦୭୯/- ହୋଇଯାଇଛି। ପୂର୍ବରୁ ଏହାର ମୂଲ୍ୟ ଥିଲା ଟ. ୧୦୨୯/-। ଗ୍ରାହକମାନଙ୍କୁ ସିଲିଣ୍ଡର୍‌ପିଛା ରିହାତି ବାବଦକୁ ସରକାର ମାତ୍ର ଟ. ୧୩.୯୫ ଦେଉଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!