ମହିଳା ବିଶ୍ୱକପ୍‌ ହକି : ଭାରତ-ଚୀନ୍‌ ମ୍ୟାଚ୍‌ ଡ୍ର, ଉଭୟ ଟିମ୍‌ ୧-୧ ପଏଣ୍ଟ ହାସଲ କଲେ

ମହିଳା ବିଶ୍ୱକପ୍‌ ହକିରେ ଭାରତ-ଚୀନ୍‌ ମ୍ୟାଚ୍‌ ଡ୍ର । ଗ୍ରୁପ୍‌ ବିରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଟିମ୍‌ ୧-୧ ପଏଣ୍ଟ ହାସଲ କରିଛନ୍ତି । ଦ୍ୱିତୀୟ କ୍ୱାର୍ଟରରେ ଚୀନ୍‌ ଗୋଲ୍‌ କରି ଅଗ୍ରଣୀ ଲାଭ କରିଥିଲା । କିନ୍ତୁ ତୃତୀୟ କ୍ୱାର୍ଟରରେ ଭାରତ ତରଫରୁ ବନ୍ଦନା କଟାରିଆ ଗୋଲ୍‌ କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ । ମ୍ୟାଚ୍‌ ୧-୧ରେ ଅମୀମାଂସିତ ଭାବେ ସରିଥିଲା। ବିଶ୍ୱକପ୍‌ରେ ଭାରତ ତାର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ସହ ଡ୍ର ରଖିଥିଲା। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ୧-୧ରେ ଡ୍ର ରହିଥିଲା। ନେଦରଲ୍ୟାଣ୍ଡରେ ଖେଳାଯାଉଥିବା ବିଶ୍ୱକପ୍‌ରେ ୪ଟି ଗ୍ରୁପରେ ୧୬ଟି ଦଳ ଖେଳୁଛନ୍ତି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!