ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା …

ଭୁବନେଶ୍ୱର -: ବହୁଚର୍ଚ୍ଚିତ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଆଉ ଏକ ଅଘଟଣ ଘଟିଛି । ରଶ୍ମିରେଖାଙ୍କ ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା  ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଉଦିତନଗର ଥାନା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ହସ୍ପିଟାଲ୍‌ ପଠାଇଛି । ବୁଧବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍‌ କହିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସଙ୍କେତପାଟଣା ଗାଁରେ ରଶ୍ମିରେଖାଙ୍କ ଘର । ସେ ନୂଆପଲ୍ଳୀ ଗଡ଼ସାହିରେ ଘର ଭଡ଼ା ନେଇ ରହୁଥିଲେ ।

Advertisement

ଯୁକ୍ତ ୨ ପଢ଼ୁଥିବା ସମୟରେ ସେ ଓଲିଉଡ ଜଗତରେ ପାଦ ଥାପିଥିଲେ । ବିଭିନ୍ନ ଓଡ଼ିଆ ଧାରାବାହିକରେ ଛୋଟ ଛୋଟ ରୋଲ୍‌ କରୁଥିଲେ ।  ସନ୍ତୋଷ ଏକ ଫାଇନାନ୍ସ  ସଂସ୍ଥାରେ ଚାକିରି କରୁଥିଲେ । ସନ୍ତୋଷ ଓ ରଶ୍ମିରେଖା ନୂଆପଲ୍ଳୀରେ ଘର ଭଡ଼ା ନେଇ ସ୍ୱାମୀ-ସ୍ତ୍ରୀ ଭଳି ଚଳୁଥିଲେ । ଘର ମାଲିକଙ୍କୁ ସ୍ୱାମୀ-ସ୍ତ୍ରୀ ବୋଲି ପରିଚୟ ଦେଇଥିଲେ । ତେବେ ଗତ ମାସ ୧୮ ତାରିଖରେ ରଶ୍ମିରେଖା ଆତ୍ମହତ୍ୟା କରିଥିଲେ । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ରାଜା ଓ ସନ୍ତୋଷକୁ ନୂଆପଲ୍ଲୀ ଥାନା ପୁଲିସ୍‌ ଜେରା କରିଥିଲା । ସୋମବାର ରାତି ପ୍ରାୟ ୯ଟା ବେଳେ ସନ୍ତୋଷଙ୍କ ଘର ଲୋକଙ୍କ ରଶ୍ମିରେଖାଙ୍କ ତାଙ୍କର ସମ୍ପର୍କକୁ ନେଇ ଝଗଡା ହୋଇଥିଲା । ଏହାପରେ ସନ୍ତୋଷ ତାଙ୍କ ରୁମ୍‌କୁ ଯାଇ ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ । ଦୀର୍ଘ ସମୟ କବାଟ ନ ଖୋଲିବାରୁ ସନ୍ତୋଷଙ୍କ ବାପା ୧୧୨କୁ ଫୋନ୍‌ କରି ଜଣାଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରୁମ୍‌ ତାଡ଼ି ଦେଖିଥିଲା ସନ୍ତୋଷ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ନେଇ ସନ୍ତୋଷଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!