ବରଗଡ଼ ବରପାଲିରେ ଲକ୍ଷାଧିକ ନକଲି ନୋଟ୍ ଜବତ୍ ଓ ୨ଅଭିଯୁକ୍ତ ଗିରଫ

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ଼ ଜିଲ୍ଲା ବରପାଲି ଠାରେ ଏସ୍ ଟିଫ୍ ଦ୍ଵାରା ବିପୁଳ ପରିମାଣର ନକଲି ନୋଟ୍ ଜବତ୍ କରାଯାଇଛି । ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶ ଗୋରେଖପୁର ମୂଳ ନିବାସୀ ତଥା ବୁର୍ଲା ଥାନା ସିର୍କିର୍ଡିର ପପୁ ଯାଦବ ଏବଂ ବରପାଲିର ବଳରାମ ମେହେର ସୂଚନା ମିଳିଛି । ଏସ୍ ଟିଫ୍ ସେମାନଙ୍କ ଠାରୁ ୧୪ ଲଷ ୨୯ ହଜାର ୫ ଶହ ଟଙ୍କାର ନକଲି ଟଙ୍କା ଜବତ କରି ତଦନ୍ତ ଆଗକୁ ଚଲାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!